Breaking PLUSଓଡ଼ିଶାମୁଖ୍ୟ ଖବର

ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା । ପୋଷ୍ଟମର୍ଟମ ରିପୋର୍ଟ ନିଶ୍ଚିତ କରିଛି ଯେ ପାଣିରେ ବୁଡିଯିବା କାରଣରୁ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ଘଟିଛି । ଚିତ୍ତରଂଜନ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କର ପ୍ରମୁଖ ସହାୟକ ହୋଇଥିଲେ । ଆଜି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଏଡିଏମଓ) ପ୍ରଣବ ଶଙ୍କର ଦାସ କହିଛନ୍ତି ଯେ ଚିତ୍ତରଂଜନ ପଲାଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ଏବଂ ରିପୋର୍ଟର ଅନୁସନ୍ଧାନରୁ ଜଣାପଡିଛି ଯେ ପାଣିରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସେ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟକୁ ରାଜ୍ୟ ଫୋରେନସିକ୍ ଲ୍ୟାବ ଏବଂ ପୋଲିସକୁ ପଠାଯାଇଛି ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲର ସାନାବନ୍ଦକେରା ଗାଁର ମୂଳ ବାସିନ୍ଦା ଚିତରଞ୍ଜନଙ୍କୁ ଡିସେମ୍ବର ୧୩ ରେ ପୁରୀ ଜିଲ୍ଲାର ନୁଆନଇ ନିକଟରେ ରହସ୍ୟମୟ ଅବସ୍ଥାରେ ମୃତଦେହ ମିଳିଥିଲା । ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସଦର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ତେବେ ମାମଲାର ଗୁରୁତ୍ୱକୁ ଦେଖି ଡିସେମ୍ବର ୧୫ ରେ, ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତଦନ୍ତକୁ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଡିଏସପି ସିସିର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଚାରିଜଣିଆ କ୍ରାଇମ ବ୍ରାଞ୍ଚ ଦଳ ବର୍ତ୍ତମାନ ମାମଲାର ତଦନ୍ତ କରୁଛନ୍ତି ।

Show More

Related Articles

Back to top button