Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ-ଚୀନ ସୀମାରେ ଥମୁନି ଉତ୍ତେଜନା, LAC ରେ ରାଫେଲ ଉଡାଇଲା ଭାରତ

ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପାଞ୍ଚ ମାସ ଧରି ଚାଲିଥିବା ଏହି ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଆଜି କର୍ପସ କମାଣ୍ଡର ସ୍ତରରେ ପୁଣି ଥରେ ଆଲୋଚନା ହେବାକୁ ଯାଉଛି । ଚୀନ୍ କ୍ରମାଗତ ଭାବରେ ଭାରତକୁ ଧମକ ଦେବାକୁ ଚେଷ୍ଟା କରୁଛି, କିନ୍ତୁ ଏହାକୁ ତା ରି ଭାଷାରେ ଭାରତ ଯବାବ ଦେଉଛି

ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପାଞ୍ଚ ମାସ ଧରି ଚାଲିଥିବା ଏହି ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଆଜି କର୍ପସ କମାଣ୍ଡର ସ୍ତରରେ ପୁଣି ଥରେ ଆଲୋଚନା ହେବାକୁ ଯାଉଛି । ଚୀନ୍ କ୍ରମାଗତ ଭାବରେ ଭାରତକୁ ଧମକ ଦେବାକୁ ଚେଷ୍ଟା କରୁଛି, କିନ୍ତୁ ଏହାକୁ ତା ରି ଭାଷାରେ ଭାରତ ଯବାବ ଦେଉଛି । ଏହି ସମୟରେ ଭାରତୀୟ ବାୟୁସେନାର ନୂତନ ବାହିନୀ ରାଫାଲ ଯୁଦ୍ଧ ବିମାନ ମଧ୍ୟ ଲଦାଖର ଆକାଶରେ ଉଡ଼ିବା ଆରମ୍ଭ କରିଛି । ରାଫେଲ ଯୁଦ୍ଧବିମାନ ରବିବାର ବିଳମ୍ବିତ ରାତିରେ ଅମ୍ବାଲା ଏୟାରବେସରୁ ଉଡ଼ାଣ ଭରି ଲଦାଖକୁ ଯାଇ ପରିସ୍ଥିତିରେ ସୀମାର ସ୍ଥିତିକୁ ଅନୁଧ୍ୟାନ କରିଛି ।

ନ୍ୟୁଜ୍ ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ମଧ୍ୟ ରାଫାଲ୍ ଯୁଦ୍ଧ ବିମାନ ଲଦାଖ ଏବଂ ଲେହର ଆକାଶରେ ଉଡ଼ିଥିବାର ଦେଖିବାକୁ ମିଳିଛି । ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ସଜାଗ ରହିବା ସହିତ ବାୟୁସେନା ମଧ୍ୟ ଚୀନ୍ ଉପରେ ନଜର ରଖିଛି । ଏଭଳି ପରିସ୍ଥିତିରେ ବାୟୁସେନାର ମିଗ୍ -29, ତେଜସ୍ ଚୀନ୍ ସୀମା ନିକଟରେ ପୂର୍ବରୁ ଉଡାଣ କରିସାରିଥିବା ବେଳେ ।

କିନ୍ତୁ ଏଥର ବାୟୁସେନା ରାଫାଲ ଯୁଦ୍ଧ ବିମାନକୁ ବ୍ୟବହାର କରିଛି, ଯାହା ଚୀନ୍‌କୁ ଚେତାବନୀ ଦେବା ଭଳି । ଅର୍ଥାତ୍ ଆନୁଷ୍ଠାନିକ ଭାବେ ବାୟୁସେନାରେ ଯୋଗଦେବାର ଦଶ ଦିନ ମଧ୍ୟରେ ରାଫାଲ୍ ଯୁଦ୍ଧ ବିମାନ ସୀମାରେ ଶତ୍ରୁକୁ ଚେତାବନୀ ଦେବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ରାଫେଲ ବିମାନ ଗତ 10 ସେପ୍ଟେମ୍ବରରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲା |

Show More

Related Articles

Back to top button