ସ୍ୱାସ୍ଥ୍ୟ

କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ

ଆସନ୍ତୁ ଜାଣିବା କଣ ସବୁ ସ୍ୱାସ୍ଥ୍ୟକର ଫାଇଦା ମିଳିଥାଏ

ଖାଇବାକୁ ଚଟପଟା କରିବା ପାଇଁ ଆମେ କଞ୍ଚାଲଙ୍କାର ବ୍ୟବହାର କରିଥାଉ ,କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ l ଏମିତିରେ ଦେଖିବାକୁ ଗଲେ କଞ୍ଚାଲଙ୍କା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ କିନ୍ତୁ ଆଜି ଆପଣ ଏହାର ଲାଭ ବିଷୟରେ ଜାଣିଲେ ହୁଏତ ଖାଇବାକୁ ଇଛା କରିବେ l କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି l

* ରୋଗ ପ୍ରତିରୋଧକ ଶକ୍ତି ବଢାଏ -କଞ୍ଚାଲଙ୍କାରୁ ଗୋଟିଏ ମହତ୍ୱ ପୂର୍ଣ୍ଣ ଲାଭ ମିଳିଥାଏ ଯେ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ କଞ୍ଚାଲଙ୍କାରେ ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିବାରେ କ୍ଷମତା ରହିଛି l କଞ୍ଚାଲଙ୍କାରେ ଭିଟାମିନ-ସି ସହିତ ଭିଟାମିନ-ଏ ରହିଥିବା ହେତୁ ପ୍ରତିରୋଧକ କ୍ଷମତା ସୁଦୃଢ ହୋଇଥାଏ ଓ ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖିଥାଏ l

* ରକ୍ତ ଚାପକୁ ନିୟନ୍ତ୍ରଣ କରେ – ଉଚ ରକ୍ତଚାପ ଦ୍ୱାରା ଅଧିକାଂଶ ବ୍ୟକ୍ତି ସର୍ବଦା କଷ୍ଟ ପାଇଥାନ୍ତି l କଞ୍ଚାଲଙ୍କା ଉଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l କଞ୍ଚାଲଙ୍କା ମଣିଷ ଶରୀରର କୋଷିକା ଗୁଡିକରେ ଲିପିଡ଼ ମେଟାବଲିଯିମକୁ ବଢାଇବାରେ ସାହାଯ୍ୟ କରିଥାଏ ,ତେଣୁ କଞ୍ଚାଲଙ୍କା ଖାଇବା ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ l

* ଚକ୍ଷୁର ଦୃଷ୍ଟିଶକ୍ତି ବଢ଼ିଥାଏ -ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଓ ବିଭିନ୍ନ ଖଣିଜ ତତ୍ତ୍ୱରେ ଭରପୁର ଖାଦ୍ୟପଦାର୍ଥ ସେବନ କରିବା ଆବଶ୍ୟକ l ଆଖି ପାଇଁ ଭିଟାମିନ-ଏ ,ଭିଟାମିନ-ସି ଓ ଭିଟାମିନ-ଇ ସହିତ ଆଣ୍ଟିଆକ୍ସିଡେଣ୍ଟ ଭାବରେ କଞ୍ଚାଲଙ୍କା କାମ କରିଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ ଆଣ୍ଟିଅକ୍ସିଡେଣ୍ଟ ଆଖିର ସୁକ୍ମ କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l କଞ୍ଚାଲଙ୍କାରେ ଏହି ସମସ୍ତ ପୋଷାକ ତତ୍ୱ ଭରିହୋଇ ରହିଛି ତେଣୁ କଞ୍ଚାଲଙ୍କା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର l

* ଜୀବାଣୁ ସଂକ୍ରମଣରୁ ଦୁରେଇ ରଖେ – କଞ୍ଚାଲଙ୍କା ଭୀତମୀ-ସି ଓ ଭିଟାମିନ-ଏ ଭଳି ଆଣ୍ଟିଆକ୍ସିଡେଣ୍ଟରେ ସମୃଦ୍ଧ ଅଟେ l ଯାହା ଶରୀରକୁ ଜୀବାଣୁ ସଂକ୍ରମଣ ପ୍ରଭାବରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ l ଏକ ଗବେଷଣାରୁ ଜଣl ଯାଇଛି ଯେ କଞ୍ଚାଲଙ୍କାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ,ଯାହା ପେଟକୁ ଅଲସର ହେବାରୁ ଦୁରେଇ ରଖିଥାଏ l ଏହା ସହିତ କଞ୍ଚାଲଙ୍କା ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ l

* ଓଜନ କମାଇବାରେ ସାହାଯ୍ୟ କରେ -କଞ୍ଚାଲଙ୍କାରେ ଅଣ୍ଟିଆକ୍ସିଡ଼େଣ୍ଟର ଗୁଣ ଭରପୁର ମାତ୍ରାରେ ରହିଥାଏ ଏବଂ ଏଥିରେ କୌଣସି କ୍ୟାଲୋରୀ ନଥାଏ l କଞ୍ଚାଲଙ୍କାରେ ମେଟାବୋଲିଜ୍ମ ଅଧିକ ମାତ୍ରାରେ ରହିଥିବା କାରଣରୁ ଓଜନ ନିୟନ୍ତ୍ରଣ ପାଇଁ ସହାୟକ ହୋଇଥାଏ l

Tags
Show More

Related Articles

Back to top button
Close