
୧୫ରୁ ୧୮ ବର୍ଷ ପିଲା ଯେଉଁମାନେ ୨୦୦୭ ପୂର୍ବରୁ ଜନ୍ମ ହୋଇଥିବେ, ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ । ଟିକା ନେବା ପାଇଁ ସେମାନେ ଅନଲାଇନ୍ ଓ ଅନସାଇଟ୍ ପଞ୍ଜିକରଣ କରିପାରିବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି ।
ଟିକାକରଣ ପାଇଁ ୨ ପ୍ରକାର ବ୍ୟବସ୍ଥା କରାଯିବ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ବଛାଯିବ ।
କିଶୋରଙ୍କ ପାଇଁ ଟିକାକରଣ ଅଲଗା କରାଯିବ ନ ହେଲେ ବର୍ତମାନ ଯେଉଁସ୍ଥାନରେ ଟୀକାକରଣ ଚାଲିଛିି, ସେଠାରେ ଅଲଗା ଲାଇନ୍ କରି ଟିକା ଦିଆଯିବ । କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ । ସେହିପରି ବରିଷ୍ଠ ନାଗରିକ ମାନଙ୍କୁ କେଉଁ ଟିକା ଦିଆଯିବା ତାହା ସ୍ପଷ୍ଟ ହୋଇନି । ତେବେ ବରିଷ୍ଠ ନାଗରିକମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରିକ୍ୟୁସନ ଡୋଜ ନେବାକୁ ଆସିବେ । ଯଦି ସେମାନଙ୍କୁ ଡାକ୍ତର ପ୍ରିକ୍ୟୁସନ ଡୋଜ ନେବାକୁ କହିଥିବେ, ତେବେ ସେମାନଙ୍କୁ ପ୍ରିକ୍ୟୁସନ ଡୋଜ୍ ଦିଆଯିବ । ବରିଷ୍ଠ ନାଗରିକ କ୍ଷେତ୍ରରେ ଦ୍ୱିତୀୟ ଡୋଜର ୯ ମାସ ପରେ ପ୍ରିକ୍ୟୁସନ ଡୋଜ ଦିଆଯିବ ।