Breaking PLUSଦେଶମୁଖ୍ୟ ଖବର

ଦେଶରେ ଓମିକ୍ରନର ୬୫୩ଟି ମାମଲା ଚିହ୍ନଟ

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓମିକ୍ରନ୍ ଭାରିଆଣ୍ଟ ମାମଲା । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଓମିକ୍ରନର ୬୫୩ଟି ମାମଲା ରୁଜୁ ହୋଇଛି । ଗତକାଲି ଏହି ସଂଖ୍ୟା ୫୭୮ ଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୭୫ଟି ନୂଆ ମାମଲା ପଞ୍ଜିକୃତ ହୋଇଛି । ଓମିକ୍ରନ୍ ଦ୍ୱାରା ମହାରାଷ୍ଟ୍ର ଏବଂ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୬୭ଟି ମାମଲା ଥିବାବେଳେ ଦିଲ୍ଲୀରେ ୧୬୫ଟି ମାମଲା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୋଟ ମାମଲା ମଧ୍ୟରୁ ୧୮୬ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।

ଓମିକ୍ରନ୍ ଦେଶର ୨୧ଟି ରାଜ୍ୟରେ ବ୍ୟାପିଛି । ଓମିକ୍ରନର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ୧୬୭, ତା’ପରେ ଦିଲ୍ଲୀରେ ୧୬୫ଟି ମାମଲା ରହିଛି । ଏଥି ସହିତ କେରଳରେ ୫୭, ତେଲେଙ୍ଗାନାରେ ୫୫, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୬, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧ଟି ମାମଲା ରୁଜୁ ହୋଇଛି ।

Show More

Related Articles

Back to top button