Breaking PLUSଓଡ଼ିଶାମୁଖ୍ୟ ଖବର

କେନାଲରେ ବୁଡି ଶିଶୁ କନ୍ୟା ମୃତ

ଚମ୍ପୁଆ, 8 ନଭେମ୍ବର – କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ବେଳେ ଘର ପାଖରେ ନିର୍ମାଣଧୀନ ଥିବା କେନାଲରେ ବୁଡି ଏକ ବର୍ଷର ଶିଶୁକନ୍ୟା ମୃତ୍ୟୁବରଣ କରିଛି। ଫଳରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଗୁମୁରା ଗ୍ରାମର କାଳିଦାସ ସର୍ଦ୍ଦାର ଘର ପାଖରେ ଥିବା ତାଙ୍କ ବଗିଚାରେ କାମ କରୁଥିବା ଓ ସ୍ତ୍ରୀ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ । ଏହି ସମୟରେ ଘର ଅଗଣାରେ ଖେଳୁଥିବା ଏକ ବର୍ଷର ଶିଶୁ କନ୍ୟା ଅନନ୍ୟା, ଖେଳୁ ଖେଳୁ ନିକଟରେ ନିର୍ମାଣଧୀନ ଥିବା କାନପୁର କେନାଲରେ ପଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। କାଳିଦାସ ବଗିଚା କାମ ସାରି ଝିଅକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ଏହାପରେ ଶିଶୁ କନ୍ୟାକୁ କେନାଲ ପାଣିରୁ ଉଦ୍ଧାର କରାଯାଇଥିଲା । ଶିଶୁଟିକୁ ସଙ୍ଗେ ସଙ୍ଗେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଝୁମ୍ପୁରା ଥାନାରେ ସୂଚନା ଦିଆଯିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button