Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

‘ମମିତା ହତ୍ୟାକାଣ୍ଡକୁ ରାଜନୀତିକରଣ କରାଯାଉଛି’ : ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ଗୃହରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦେଢ ମାସ ପରେ ପ୍ରସଙ୍ଗକୁ ସମ୍ବେଦନଶୀଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିରୋଧୀଙ୍କ ବିରୋଧକୁ ରାଜନୀତିକରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଯେଉଁଭଳି ରାଜନୀତିକରଣ କରୁଛନ୍ତି ଏହି ପ୍ରସଙ୍ଗକୁ ତାହା ବ୍ୟଥିତ କରୁଛି ବୋଲି ଆଜି ଗୃହରେ ବିବୃତି ରଖିଛନ୍ତି ନବୀନ ।

ଏମିତିକି ପୋଲିସର ତଦନ୍ତ ଉପରେ ପ୍ରଥମରୁ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଆଜି ପୋଲିସକୁ ବିନା ଭୟ ଓ ଦ୍ୱନ୍ଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏପର୍ଯ୍ୟନ୍ତ ନ୍ୟାୟିକ ତତ୍ୱାବଧାନରେ ତଦନ୍ତ ଜାରି ରହିଛି ଓ ନ୍ୟାୟିକ ବ୍ୟବସ୍ଥା ପ୍ରତି ଆସ୍ଥା ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଯିଏ ଦୋଷୀ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ବିଧାନସଭାରେ ବିବୃତି ରଖିଛନ୍ତି ନବୀନ । ମମିତା ହତ୍ୟା ପ୍ରସଙ୍ଗରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଦାରଖ କରିବା ସହିତ ଦାୟିତ୍ୱରେ ଯିଏବି ଅବହେଳା କରିବ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଦୀର୍ଘ ଦେଢ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି ଏବଂ କାହିଁକି ଏତେ ଡେରିରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ବୋଲି ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Show More

Related Articles

Back to top button