Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୩ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୩ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ବୈଠକରେ କେନ୍ଦ୍ରୀୟ ଅଂଶଧନ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଉପରେ ୨୦୧୭ ମାଓ ଦମନ ନେଇ ୯୦୭ କୋଟି ଟଙ୍କା ବାକି ପଡ଼ିଛି । ରାଜ୍ୟର ୫ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି ।

ମାଓ ମୁକାବାଲା ନେଇ କେନ୍ଦ୍ରକୁ ଅବଗତ କରିବା ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବେ। ୨୬ ତାରିଖରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରାଳୟ ବୈଠକ ବିସିବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ। ଛତିଶିଗଡ଼ ,ଝାଡଖଣ୍ଡ ଓ ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏହି ବୈଠକରେ ।

କହିବାକୁ ଗଲେ ରବିବାର ଦିନ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିବ। ରାଜ୍ୟ ସରକାର ମାଓ ମୁକାବିଲା ନେଇ କଣ ପଦକ୍ଷେପ ସବୁ ନେଇଛନ୍ତି ସେ ବିଷୟରେ କହିବେ ଏହି ବୈଠକରେ। ଅନ୍ୟପଟେ କେନ୍ଦ୍ର ଗୃହ ସଚ୍ଚିବ ଅଜୟ ଭାଲା। ଇଣ୍ଟେଲଜେନ୍ସି ବ୍ୟୁରୋ ନିର୍ଦ୍ଦେଶକ ଅରବିନ୍ଦ କୁମାର ଏବଂ ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ତଥା ଜିଡି,ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମଧ୍ୟ ଅନୁଷ୍ଠିତ ଏହି ବୈଠକରେ ଯୋଗଦେବେ। ।

Show More

Related Articles

Back to top button