ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

କୋଭିଡ ଅନାଥ ପିଲାମାନଙ୍କ ପାଇଁ ନିଜ ବାସଭବନକୁ ଗେମ ଜୋନରେ ବଦଳାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର: ଦୀପାବଳି ପୂର୍ବରୁ କୋଭିଡ-19 ଯୋଗୁଁ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ସହ ସମୟ କାଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କୋଭିଡ ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜର ବାସଭବନର କିଛି ଅଂଶକୁ ଗେମ ଜୋନରେ ମଧ୍ୟ ବଦଳାଇ ଦେଇଥିଲେ। ଏହି ଗେମ ଜୋନରେ ପ୍ରାୟ ୨୦୦ ପିଲା ହସଖୁସି କରିବା ସହ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ଲଞ୍ଚ ମଧ୍ୟ କରିଛନ୍ତି। ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଗେହଲଟ କଥା ହେବା ସହ ସେମାନଙ୍କ ସ୍ୱପ୍ନ, ଭବିଷ୍ୟତ ଯୋଜନା ଓ ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଗେମ ଜୋନରେ ପିଲାମାନଙ୍କ ସହ ଅଶୋକ ଗେହଲଟ ଢେର ସମୟ ବିତାଇଛନ୍ତି। ଏଠାରେ ମ୍ୟାଜିକ ଶୋ’ ଠାରୁ ଆରମ୍ଭ କରି ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳକୁଦ ଓ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ପିଲାମାନଙ୍କ ଲଞ୍ଚ ପାଇଁ ଚାଓମିନ, ପିଜା ଓ ଅନ୍ୟ ସୁସ୍ୱାଦୁ ବେଞ୍ଜନ ପ୍ରସ୍ତୁତ ହୋଇଥିଲା। ମୋଟ ୨୩୧ ଜଣ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କିଛି ଜଣ ବିଭିନ୍ନ କାରଣ ପାଇଁ ଆସି ପାରି ନଥିଲେ। ଯେଉଁମାନେ ଆସିଥିଲେ, ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ ଗେମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳ ଖେଳିଥିଲେ। ଗେହଲଟଙ୍କ ଏପରି ଅଭିନବ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦୀପାବଳି କାର୍ଯ୍ୟକ୍ରମ ପାଇଁ ଏପରି ପିଲାମାନଙ୍କୁ ଡାକିବା ମୁଁ ଠିକ୍‌ ଭାବୁଛି। ପିଲାମାନେ ଏଠାରେ ଖୁବ ଭଲ ସମୟ କାଟିଛନ୍ତି। ମୁଁ ସେମାନଙ୍କ ସହ ପାଠପଢ଼ା, ଭବିଷ୍ୟତ ଯୋଜନା ଓ ଅନ୍ୟାନ୍ୟ ବିଷୟରେ କଥା ହୋଇଛି। କିଛି ପିଲା ପ୍ରଶାସନିକ ଅଧିକାରୀ, କିଛି ଡାକ୍ତର ଓ କିଛି ପୁଲିସ୍‌ ସେବାରେ ଯୋଗ ଦେବାକୁ ଆଗ୍ରହ ରଖିଛନ୍ତି। ଏହା ନିଶ୍ଚୟ ଭଲ କଥା। ସେମାନଙ୍କୁ ଦୀପାବଳି ଉପହାର ଦିଆଯାଇଛି। ସେମାନେ ନିଜକୁ ଏକା ନ ଭାବିବା ପାଇଁ ଏପରି କରାଯାଇଛି। ଅନେକ ମନ୍ତ୍ରୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ପିଲାମାନେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ସହ ଫଟୋ ଉଠାଇଛନ୍ତି। ସେମାନଙ୍କୁ ସାନିଟାରୀ ଆଇଟ ସହ ସ୍ପୋର୍ଟସ କିଟ ଓ ମିଠା ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଇଛନ୍ତି।

Show More

Related Articles

Back to top button