
ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ । ଏବି ବୈଠକରେ ଚନ୍ଦ୍ରଗ୍ରହଣ ନୀତି ଏବଂ ପଞ୍ଚୁକ ପ୍ରସ୍ତୁତି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତ ନିଯୋଗ ସହ ଆଲୋଚନା କରାଯିବ ।ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଆସନ୍ତା ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ। ଚନ୍ଦ୍ରଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ।ଏଣୁ ବିଧି ଅନୁଯାୟୀ ସେହି ଦିନ ସୂର୍ଯ୍ୟୋଦୟରୁ ପାକତ୍ୟାଗ ହେବ।
ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଉ ଉଠିଛି ଦ୍ବନ୍ଦ ଏବଂ ବିବାଦ। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ଚନ୍ଦ୍ରଗ୍ରହଣ ପାକତ୍ୟାଗ ସମୟ ୮ଟା ୨୯ ମିନିଟ ୧୪ ସେକେଣ୍ଡ ରହିଛି। ଏଣୁ ଏଭଳି ସୂଚନାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ହୋଇଛି। ବିଭିନ୍ନ ଜ୍ୟୋତିର୍ବିଦ ଏବଂ ଗଣନାକାରୀଙ୍କ ପକ୍ଷରୁ ଏହି ତ୍ରୁଟିକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପାକତ୍ୟାଗ ବିଧାନକୁ ଛତିଶା ନିଯୋଗ ବୈଠକରେ ପୁନର୍ବାର ନୀତି ଅନୁମୋଦନ କରାଯାଇ ସଂଶୋଧନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି