Breaking PLUSଓଡ଼ିଶାମୁଖ୍ୟ ଖବର

୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ

ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ ଶନିବାର ରାଜ୍ୟର ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ ଶନିବାର ରାଜ୍ୟର ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।

ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ଉପକୂଳ ଓଡ଼ିଶାର ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲା ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିଥିବା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବର ସମେତ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି ।

Show More

Related Articles

Back to top button