
ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି । ଆଜିଠୁ ୩ ଦିନ ଯାଏଁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ମଧ୍ୟରେ ରହିଛନ୍ତି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ବଲାଙ୍ଗିର ଏବଂ କଳାହାଣ୍ଡି ।
ସେହିପରି ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ କେରଳ ଉପକୂଳ ଛୁଇଁପାରେ ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ତେବେ ଅସହ୍ୟ ତାତିରେ ସିଝୁଥିବା ଓଡିଶାବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ଥି ମିଳିବ ବୋଲି ଆଶା କରାଯାଉଛି ।