Breaking PLUSଖେଳଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଜୀବନସାଥୀ ବାଛିଲେ ଭାରତୀୟ ସ୍ପିନର ଚହଲ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଚହଲ ନିଜର ଜୀବନସାଥୀ ଖୋଜି ସାରିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଚହଲ ନିଜର ଜୀବନସାଥୀ ଖୋଜି ସାରିଛନ୍ତି। ଯାହାକୁ ନେଇ ସେ ଆଜି ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ପେସାରେ ନୃତ୍ୟଶିଳ୍ପୀ ଓ ଡକ୍ଟର ଧନୁଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହାକୁ ନେଇ ସେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆମେ ଆଜି ଆମ ପରିବାରର ନିଷ୍ପତ୍ତିକୁ ଗ୍ରହଣ କଲୁ। ଆଶା କରାଯାଉଛି ଆଇପିଏଲ ଶେଷ ହେବା ପରେ ଚହଲ ଓ ଧନୁଶ୍ରୀଙ୍କ ବିବାହ ହୋଇପାରେ।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଆଇପିଏଲ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଭାରତ ବାହାରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ଆଇପିଏଲର ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି। ଆଇପିଏଲରେ ଚହଲ ବିରାଟ କୋହଲଙ୍କ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର ତରଫରୁ ଖେଳିଥାନ୍ତି।

Show More

Related Articles

Back to top button