Breaking PLUSଦେଶ ବିଦେଶମୁଖ୍ୟ ଖବର

ସାନିଟାଇଜର ପିଇବା ହେଲା କାଳ; ୪ ମୃତ

ଆଲକହଲ ଯୁକ୍ତ ସାନିଟାଇଜର ସେବନ କରିବା ଦ୍ୱାରା ୪ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆଦିଲ୍ଲୀ: ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। କିନ୍ତୁ, ଏହାକୁ ସେବନ କରିବା ପଡ଼ିଛି ମହଙ୍ଗା। ଆଲକହଲ ଯୁକ୍ତ ସାନିଟାଇଜର ସେବନ କରିବା ଦ୍ୱାରା ୪ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଏରିଜୋନୋ ଓ ନ୍ୟୁ ମାକ୍ସିକୋରେ କିଛି ଯୁବକଙ୍କ ଶରୀରରେ ଏହି ସାନିଟାଇଜର ବିଷ ଭଳି ଖେଳିଯାଇଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ନିଜର ଦୃଷ୍ଟିଶକ୍ତି ହରାଇ ବସିଛନ୍ତି।
ସୂଚନା ଅନୁସାରେ ଏହି ସାନିଟାଇଜରରେ ମେଥେନାଲ ଓ ବ୍ରୁଡ ଆଲକହଲ ରହିଥିଲା। ଅନୁମତି ପ୍ରାପ୍ତ ସାନିଟାଇଜରରେ ଭାଇରସକୁ ମାରିବା ପାଇଁ ମୁଖ୍ୟ ରୂପେ ଇଥାଇଲ ଆଲକହଲର ବ୍ୟବହାର କରାଯାଇଥାଏ। କିନ୍ତୁ କିନ୍ତୁ କମ୍ପାନୀ ଏହା ବଦଳରେ ବିଷାକ୍ତ ମେଥେନାଲର ବ୍ୟବହାର କରୁଛନ୍ତି।

Show More

Related Articles

Back to top button