Breaking PLUSଦେଶମୁଖ୍ୟ ଖବର

ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

୨୯ ନଭେମ୍ବରରୁ ଆରମ୍ଭ ହେବ ସଂସଦୀୟ ପ୍ରକ୍ରିୟା

୩ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କ୍ୟାବିନେଟର ମୋହର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ୩ କୃଷି ଆଇନ ରଦ୍ଦ ନେଇ ମଞ୍ଜୁରୀ ମିଳିଛି ।

ଏହାପରେ ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତକାଳୀନ ଅଧିବେନଶରେ ଏହି ଆଇନକୁ ଔପଚାରିକ ଭାବରେ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସରକାର ବିଲ ଆଣିବେ ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ନଭେମ୍ବରରେ ନୂତନ କୃଷି ଆଇନ୍ ପ୍ରତ୍ୟାହାର କରିଥିବାର ଘୋଷଣା କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା କୃଷକ ନିଜ ଘରକୁ ଫେରିଯିବାର ଅପିଲ କରିଥିଲେ ଓ ଏମଏସପିକୁ ପ୍ରଭାବୀ ଓ ପାରଦର୍ଶୀ କରିବା ପାଇଁ କମିଟି ଗଠନ କରିବାର ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ବିରୋଧୀ ଦଳର ପ୍ରବଳ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଏହି ବିଲ୍‌ ପାସ୍‌ ହୋଇଥିଲା । କେନ୍ଦ୍ର ସରକାର କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଆଇନ, କୃଷି (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ଅଧିନିୟମ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, ୨୦୨୦ ମଧ୍ୟରେ ପାରିତ କରିଥିଲେ । ତେବେ ଏହି ତିନି କୃଷି ଆଇନକୁ ବିରୋଧ କରି ଗତ ଏକ ବର୍ଷ ଧରି ଦିଲ୍ଲୀ ସୀମାରେ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରିଆସୁଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ସଂସଦରେ ଔପଚାରିକ ଭାବରେ ଆଇନକୁ ରଦ୍ଦ କରିବା ନେଇ ଦାବି କରିଛନ୍ତି ।

Show More

Related Articles

Back to top button