Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସିଇସି: ଆସନ୍ତା ଏପ୍ରିଲ୍ ୨୪ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ। ଆଭ୍ୟତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି।

ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତ୍ତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମ୍ ରିହବାର ସମ୍ଭାବନା ଅଛି।

ଏହି ଆଂଟି-ସାଇକ୍ଲୋନ୍ ଓ ଉତ୍ତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍ସିୟସ୍‌ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ ରୁ ଏହା ବୃଦ୍ଧି ପାଇବ ।

Show More

Related Articles

Back to top button