Breaking PLUSଦେଶମୁଖ୍ୟ ଖବର
ଶେଖ୍ ଶାହଜହାଁର ନିକଟ ସଂପର୍କୀୟକୁ ତଲବ କଲା ସିବିଆଇ

କୋଲକାତା, 11 ମାର୍ଚ୍ଚ – ଶେଖ୍ ଶାହଜହାଁ ଏବେ ସିବିଆଇ ହେପାଜତରେ ଅଛି । ଇଡି ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି ଶାହଜହାଁ ବିରୁଦ୍ଧରେ । ଶାହଜହାଁର ନିକଟତମ ମଧ୍ୟ ଏବେ ସିବିଆଇ ରାଡାରରେ । ଅତିକମରେ 10ଜଣ ଲୋକଙ୍କ ଉପରେ ସିବିଆଇ ତଦନ୍ତକାରୀ ଟିମର ନଜର ରହିଛି । ଏହାରି ଭିତରେ ସୋମବାର ଦିନ ଶେଖ୍ ଶାହଜହାଁର ପ୍ରାୟ 10ଜଣ ନିକଟତମଙ୍କୁ ନିଜାମ ପ୍ୟାଲେସ ଡକରା ହୋଇଥିଲା ।
ସିବିଆଇ ମୁତାବକ ଘଟଣାଦିନ ସେମାନେ ଉପସ୍ଥିତ ଥିଲେ । ସିବିଆଇ ସୁତ୍ର ମୁତାବକ, ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମ ଶାହଜହାଁର କଲ୍ ଡିଟେଲ୍ସରୁ ମିଳିଥିବା ବେଳେ କିଛି ଲୋକଙ୍କ ନାମ ତାର ଫୋନର ଟାୱାର ଲୋକେସନ ଦେଖି ଜଣାପଡିଛି । ଜାନୁୟାରୀ 5ରେ ସନ୍ଦେଶଖାଲିର ଅକୁଂଜିପାଡାରେ ଏମାନେ ଉପସ୍ଥିତ ଥିଲେ ।