Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ବରରେ ସିବିଆଇ ରେଡ୍

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍ । ମେ’ ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ରେଡ୍ ବେଳେ ଏକ ଦାମୀଗାଡ଼ିରୁ ବିପୁଳ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ 4ଜଣଙ୍କୁ ପଚରାଉଚରା କରୁଥିବା ବେଳେ ୩ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ସ୍ବତନ୍ତ୍ର ସିବିଆଇ କୋର୍ଟ ୩ ଦିନିଆ ରିମାଣ୍ଡ ଅନୁମତି ଦେଲେ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜିଏମ୍ ଚଞ୍ଚଲ ମୁଖାର୍ଜୀ  ।୨ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ର ରିମାଣ୍ଡରେ ଗଲେ ।

ଏହା ସହ ଦାମୀ ଗାଡିକୁ ମଧ୍ୟ ଜବତ କରାଯାଇଛି । ତାଙ୍କ ଅଫିସ, ଘର ଓ ଅନ୍ୟ ସ୍ଥାନରେ ସିବିଆଇ ରେଡ କରୁଛି। ବ୍ରିଜ ଆଣ୍ଡ ରୁଫର ଓଡ଼ିଆ ମୁଖ୍ୟଙ୍କୁ ଲାଞ୍ଚ ଦେବା ସମୟରେ ସିବିଆଇ ଟିମ୍ ମାଡ଼ି ବସିଥିଲା । ଏକ କାରରୁ ବିପୁଳ ଟଙ୍କା ଓ ସୁନା ଗହଣା ଜବତ କରିଛି ସିବିଆଇ । ସିବିଆଇ ପାଖରେ ଏକ ମାସ ହେଲା ଏନେଇ ସୂଚନା ଥିଲା। ସିବିଆଇ ଟିମ୍ ଏନେଇ ଟ୍ରାକ କରିଥିଲା। ପୂର୍ବରୁ ବଦନାମ ମୁଣ୍ଡାଇଛି ବ୍ରିଜ ଆଣ୍ଡ ରୁଫ ଇଣ୍ଡିଆ ଲିମିଟେଡ଼ । 20 ଲକ୍ଷ ଟଙ୍କା ଲାଞ୍ଚ ଦେବା ଅଭିଯୋଗରେ 2023ରେ ଗିରଫ ହୋଇଥିଲେ କମ୍ପାନୀ ମାଲିକ ହେତଲ କୁମାର ପ୍ରବିନଚନ୍ଦ୍ର ରାଜଗୁରୁଙ୍କ ସହ 7 ଜଣ ଓଡିଶାର ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ସ୍କୁଲର କାମ ପାଇଁ  20 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।

Show More

Related Articles

Back to top button