ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ସିବିଆଇ

ପାଟନା :ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ବଡ ଝଟକା। ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସିବିଆଇ। ସିବିଆଇର ଆବେଦନ ଉପରେ ରାଉଜ ଏଭେନ୍ୟୁ ସ୍ଥିତ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋୟଲ ତେଜସ୍ୱୀ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇର କହିବା ଅନୁଯାୟୀ, ତେଜସ୍ୱୀ ଯାଦବ ତଦନ୍ତକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି । ସିବିଆଇର ଆବେଦନ ଉପରେ କାହିଁକି ତାଙ୍କର ଜାମିନ ରଦ୍ଦ କରାଯିବ ନାହିଁ ବୋଲି ତେଜସ୍ୱୀଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ତେବେ ଏହା ଉପରେ ଜବାବ ଦେବା ପାଇଁ ତେଜସ୍ୱୀଙ୍କୁ ନୋଟିସ ଜାରି କରାଯାଇଛି । ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବ ବର୍ତ୍ତମାନ ସମୟରେ ଜାମିନରେ ଅଛନ୍ତି। ସୂଚନା ଅନୁଯାୟୀ, ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦଙ୍କ ସହ ଅନ୍ୟମାନେ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ଏହି ମାମଲା ରାଉଜ ଏଭେନ୍ୟୁ କୋର୍ଟରେ ବିଚାରଧିନ ରହିଛନ୍ତି । ସିବିଆଇ ସହ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି । ଆଇଆରସିଟିସିର ହୋଟେଲ ଟେଣ୍ଡରରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲାଲୁ ପରିବାର ସଦସ୍ୟଙ୍କୁ ଜାମିନ ଦେଇଥିଲେ । କିନ୍ତୁ ସିବିଆଇର କହିବା ଅନୁସାରେ ତେଜସ୍ୱୀ ଯାଦବ ପ୍ରଭାବଶାଳୀ ପଦରେ ଅଛନ୍ତି ଏବଂ ଏହି ମାମଲାରେ ହସ୍ତକ୍ଷେପ କରି ତଦନ୍ତକୁ ପ୍ରଭାବିତ କରୁଛନ୍ତି ।

Show More

Related Articles

Back to top button