କ୍ୟାମ୍ପବେଲ ଓ୍ୱିଲସନ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ନୂଆଦିଲ୍ଲୀ: ଟାଟା ସନ୍ସ ନ୍ୟୁଜିଲ୍ୟାଣ୍ଡର କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାୟାଇଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ସେଲସ ଏବଂ ମାର୍କେଟିଂ ବିଭାଗର ବରିଷ୍ଠ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କ୍ୟାମ୍ପବେଲ ୱିଲସନଙ୍କ ନିଯୁକ୍ତିକୁ ନେଇ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ୱିଲସନ ଜଣେ ଇଣ୍ଡଷ୍ଟ୍ରି ଭେଟେରାନ୍ ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି। କ୍ୟାମ୍ପବେଲ ୱିଲସନ ୧୯୯୬ରେ ସିଙ୍ଗାପୁର ଏୟାରଲାଇନ୍ସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେତେବେଳେ ସେ ନ୍ୟୁଜିଲାଣ୍ଡରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଥିଲେ । ପରେ କମ୍ପାନି ତାଙ୍କୁ କାମ କରିବାକୁ କାନାଡା, ହଂକଂ ଏବଂ ଜାପାନକୁ ପଠାଇଥିଲା । ଏହା ପରେ ସେ ୨୦୧୧ରେ ସେ ସିଙ୍ଗାପୁରକୁ ଫେରିଥିଲେ ଏବଂ ‘ସ୍କୁଟ’ର ଆରମ୍ଭରୁ ୨୦୧୬ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ । ସ୍କୁଟ ହେଉଛି ସିଙ୍ଗାପୁର ଏୟାରଲାଇନ୍ସର ଏକ ସ୍ୱଳ୍ପ ମୂଲ୍ୟର ସେବା ଯୋଗାଉଥିବା ସହାୟକ କମ୍ପାନି ।