ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଆସିଲା ବିନା ଛୁଞ୍ଚିର ଟିକା

ଏବେ ଇଞ୍ଜେକ୍ସନ ନେଲେ ହେବନି ଯନ୍ତ୍ରଣା

ଆଗାମୀ ସମୟରେ ଇଞ୍ଜେକ୍ସନର ଯନ୍ତ୍ରଣାରୁ ମୁକ୍ତି ମିଳିପାରେ। ଭବିଷ୍ୟତରେ ହୁଏତ ବିନା ଛୁଞ୍ଚିରେ ଟିକାକରଣ କରାଯିବ, ଯାହା ଅଧିକ ପ୍ରଭାବୀ ମଧ୍ୟ ହେବ। ତେବେ ହୁଏତ ଆପଣ ଭାବିପାରନ୍ତି ବିନା ଛୁଞ୍ଚିରେ ଇଞ୍ଜେକ୍ସନ କିପରି ହେବ, ହେଲେ ଏହି ପରିକଳ୍ପନାକୁ ସାକାର କରିବାକୁ ଯାଉଛନ୍ତି କାର୍ଲିଫର୍ଣ୍ଣିଆ ଷ୍ଟାନଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ। ଏଥିପାଇଁ ସେମାନେ ଛୋଟ ଥ୍ରୀ-ଡି ପେଚ୍‌ ପ୍ରିଣ୍ଟେଡ ମାଇକ୍ରୋ ନିଡିଲ ଭାକ୍ସିନ ବିକଶିତ କରିଛନ୍ତି। ଏହି ଭାକ୍ସିନକୁ ଯନ୍ତ୍ରଣାଦାୟକ ଇଞ୍ଜେକ୍ସନ ଭାକ୍ସିନର ବିକଳ୍ପ ଭାବେ ଏବେ ଦେଖା ଯାଉଛି। ଟିକା ଉପରେ ଗବେଷଣା କରୁଥିବା ଏହି ବିଶ୍ୱବିଦ୍ୟାଳୟଙ୍କ ବୈଜ୍ଞାନିକ ମୁଷାଙ୍କ ଉପରେ ମାଇକ୍ରୋନିଡଲ ଭାକ୍ସିନେସନ କରିଥିଲେ। ଏଥିରୁ ଇଞ୍ଜେକ୍ସନ ଟିକାକରଣ ଅପେକ୍ଷା ପ୍ୟାଚ୍‌ ଅଧିକ ୧୦ ପ୍ରତିଶତ ଇମ୍ୟୁନିଟି ଦେଇପାରୁଥିବା ଦେଖାଯାଇଛି।

‘ଡେଲିମେଲ’ ରିପୋର୍ଟ ଅନୁସାରେ ଏହି ଟିକା ଲାଗି ଲୋକଙ୍କୁ ଆଉ ଡାକ୍ତର ଅଥବା ନର୍ସଙ୍କୁ ଅପେକ୍ଷା କରିବାକୁ ପଡିବନି। ଆବଶ୍ୟକତା ସ୍ଥଳେ ଲୋକେ ନିଜେ ନିଜର ଟିକାକରଣ କରିଦେଇପାରିବେ। ଛୁଞ୍ଚି ଇଞ୍ଜେକ୍ସନ ଟିକା ଅପେକ୍ଷା ଅଥିରେ ଯନ୍ତ୍ରଣା ରହିବ ନାହିଁ। ଏକ ମୁଦ୍ରାର ଆକାରଠାରୁ ମଧ୍ୟ କମ ପଲିମର ପେଚ୍‌ କମ ଡୋଜର ଟିକା ଲାଗି ବେଶ ସହାୟକ ହେବ। ଏଣୁ ଯେଉଁମାନଙ୍କର ଇଞ୍ଜେକ୍ସନ ଫୋବିଆ ରହିଛି ସେମାନଙ୍କ ଲାଗି ଏବେ ଏପରି ଟିକାକରଣ କରାଯାଇପାରିବ। ଇଞ୍ଜେକ୍ସନ ଫୋବିଆକୁ ଇଂରାଜୀରେ ଟ୍ରିପେନୋ ଫୋବିଆ କୁହାଯାଏ। ଖାସ ଏଥିଲାଗି ଅନେକ ଲୋକେ ଏପର୍ଯ୍ୟନ୍ତ ନିଜର କରୋନା ଚିକାକରଣ କରାଇ ନାହାନ୍ତି। ଏଭଳି ପରିସ୍ଥିତିରେ ଏହି ଟିକା ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

Show More

Related Articles

Back to top button