ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଭୂବନେଶ୍ୱରରେ ପହଞ୍ଚିବ ଏୟାର ସୋ’ ଲାଗି ଯନ୍ତ୍ରାଂଶ ନେଇ ଆସୁଥିବା ସି୧୭ ଗ୍ଲୋବ ମାଷ୍ଟର

ଆସନ୍ତା ୧୮ ତାରିଖରେ ପୁରୀ ପୁରୀ ରାଜଭବନ ନିକଟରେ ହେବାକୁ ଯାଉଛି ଏୟାର ସୋ । ଏଥିପାଇଁ ବାୟୁସେନାର ଇଣ୍ଡସ୍କନ ଟିମ ନେଇ ଆସିଥିବା ଏଏନ୍‌୩୨ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ସାରିଛି। ସେହିପରି ଏଥିରେ ଭାଗ ନେବାପାଇଁ କର୍ଣ୍ଣାଟକର ବିଦାରରୁ ଆସୁଛି ୧୧ଟି ହକ୍ ବିମାନ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)ର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଏୟାର ସୋ’ ପାଇଁ ଯନ୍ତ୍ରାଂଶ ନେଇ ଆସୁଥିବା ସି୧୭ ଗ୍ଲୋବ ମାଷ୍ଟର ମଧ୍ୟ ଆଜି ପହଞ୍ଚିବ। ଆସନ୍ତାକାଲି ସୋ’ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରିବ ଏୟାରଫୋର୍ସ।

ସେହିପରି ବିପିଆଇଏର ନିର୍ଦ୍ଦେଶକ କହିଛନ୍ତି ଯେ, ଭୁବନେଶ୍ୱରରେ ଚଳିତ ମାସ ୧୫ ତାରିଖରେ ଫୁଲ ଡ୍ରେସ ରିହରସଲ ହେବ। ଏହା ପରେ ୧୭ରେ ପୁରୀ ହେବ ଫୁଲ ଡ୍ରେସ ରିହରସଲ। ଭୁବନେଶ୍ୱର ଲାଗି ବର୍ତ୍ତମାନ ସୁଦ୍ଧା ଏୟାର ସୋ’ ପାଇଁ ଅନୁମତି ମିଳିନି। ପୁରୀରେ ଏୟାର ଶୋ’ ପାଇଁ ପୂର୍ବରୁ ଅନୁମତି ମିଳିଛି। ଭୁବନେଶ୍ୱର ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା କରାଯାଇଛି।

 

Show More

Related Articles

Back to top button