Breaking PLUSଓଡ଼ିଶାମୁଖ୍ୟ ଖବର

ନିଜର ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଦେଲେ ଶିଳ୍ପୀ ମାନସ ସାହୁ

୭୩ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି।

ଏହି ବାଲୁକା କଳାରେ ମାନସ ଇଣ୍ଡିଆ ଗେଟର ଚିତ୍ରଣ କରିବା ସହ ତ୍ରିରଙ୍ଗାର ଚିତ୍ରଣ କରି ସାରା ଭାରତବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ “Happy Republic Day”ର ବାର୍ତ୍ତା ଦେଇଛନ୍ତି ।

୫ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା । ପୁରୀ ବଳିଆପଣ୍ଡା ନିକଟସ୍ଥ ବେଳାଭୂମିରେ ମାନସ ଏହି ବାଲୁକା କଳାଟିକୁ ନିର୍ମାଣ କରିଛନ୍ତି।

Show More

Related Articles

Back to top button