ଦେଶ ବିଦେଶ

ଗୁଗୁଲ୍‌ ମ୍ୟାପ୍‌ରେ ସହଜରେ ଦେଖି ହେବ ଟ୍ରେନ୍‌ର Live Status

ଜାଣନ୍ତୁ ଏହାର ପ୍ରକ୍ରିୟା

ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ବିଳମ୍ବ ହେବାର ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରିଛି। କିନ୍ତୁ ଏତେ ପରେ ମଧ୍ୟ ବେଳେବେଳେ ଟ୍ରେନ୍ ବିଳମ୍ବ ହୋଇଯାଏ । ଏହି ସମୟରେ, ଟ୍ରେନର ଲାଇଭ୍ ଷ୍ଟାଟସ୍‌ ବିଷୟରେ ବା ଟ୍ରେନ୍‌ ଟ୍ରାକ୍‌କୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ LIVE ଟ୍ରେନ୍‌ର ସ୍ଥିତି ଅତ୍ୟନ୍ତ ଉପଯୋଗୀ, କାରଣ ଏହି ଆପ୍ ମାଧ୍ୟମରେ ଟ୍ରେନ୍ ଆସିବା ସମୟ, କାର୍ଯ୍ୟସୂଚୀ, ବିଳମ୍ବ ସ୍ଥିତି ଭଳି ଅନେକ ବିଜ୍ଞପ୍ତି ଉପଲବ୍ଧ ହୋଇଥାଏ । କିନ୍ତୁ ବର୍ତ୍ତମାନ ଗୁଗୁଲ୍ ମ୍ୟାପ୍ ପରି ଏକ ପ୍ରସିଦ୍ଧ ଆପ୍ ଆପଣଙ୍କୁ ଏହି ପ୍ରସଙ୍ଗରେ ସାହାଯ୍ୟ କରିପାରିବ ।

ଗୁଗୁଲ୍ ମ୍ୟାପ୍‌ରେ ଏହି ଫିଚର୍ସ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ସ୍ୱତନ୍ତ୍ର ହେବ । ଏହା ସେହି ଫୋନ୍‌ ଗୁଡ଼ିକ ପାଇଁ, ଯାହା କମ୍ ଷ୍ଟୋରେଜ୍ ସହିତ କମ୍‌ ବଜେଟ୍ ଆସିଥାଏ । ଗୁଗୁଲ୍ ମ୍ୟାପ୍‌ରେ ଲାଇଭ୍ ଟ୍ରେନ୍ ଷ୍ଟାଟସ୍ ଅପଡେଟ୍ ପ୍ରାପ୍ତ କରିବାର ସୁବିଧା ପ୍ରାୟ ତିନି ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୯ରେ ଏହି ଆପ୍‌ଆଣ୍ଡ୍ରଏଡ୍ ଏବଂ ISO ଭର୍ସନରେ ଆରମ୍ଭ ହୋଇଥିଲା । ଯଦି ଆପଣ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିବାକୁ ଚାହାଁନ୍ତି ବା ଟ୍ରେନର ଲାଇଭ୍ ସ୍ଥିତି ଯାଞ୍ଚ କରିବାକୁ ଇଚ୍ଛା କରୁଛନ୍ତି । ତେବେ ଆପଣଙ୍କୁ ଏହି ଛୋଟ ପ୍ରକ୍ରିୟା ଗୁଡିକୁ ଆପଣାଇବାକୁ ପଡିବ । କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଏକ ଆକ୍ଟିଭ୍ ଗୁଗୁଲ୍ ଆକାଉଣ୍ଟ୍ ରହିବା ଆବଶ୍ୟକ ।

୧. ସର୍ବପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ଗୁଗୁଲ୍ ମ୍ୟାପ୍ ଖୋଲନ୍ତୁ।

୨. ଏହା ପରେ ସର୍ଚ୍ଚ ବାର୍ ତଥା ସର୍ଚ୍ଚ ଥିବା ସ୍ଥାନକୁ ଯାଇ ଷ୍ଟେସନର ନାମ ପକାନ୍ତୁ ।

୩. ତା’ପରେ ଟ୍ରେନ୍ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ।

୪. ଏହା ପରେ ‘ଦୁଇ ଚକିଆ’ ଏବଂ ‘ଚାଲିବା’ ଆଇକନ୍ ମଧ୍ୟରେ ଡେଷ୍ଟିନେସନ୍ ଡାୟଲଗ୍ ବକ୍ସର ତଳେ ଥିବା ‘ଟ୍ରେନ୍’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ।

୫. ପରେ ଟ୍ରେନ୍ ଆଇକନ୍ ସହିତ ରୁଟ୍ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।

୬. ତା’ପରେ ଲାଇଭ୍ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବାକୁ ଟ୍ରେନ୍ ନାମ ଉପରେ ଟ୍ୟାପ୍ କରନ୍ତୁ। ଯାହା ପରେତୁମେ ତୁମର ଟ୍ରେନର ଲାଇଭ୍ ଷ୍ଟାଟସ୍ ପାଇଯିବ ।

Show More

Related Articles

Back to top button