ଓଡ଼ିଶା

ବିଷ ପିଇଥିବା ବାପା ଓ ଝିଅ ଏସସିବି ସ୍ଥାନାନ୍ତର

ଅଭିଯୋଗ ଶୁଣିଲାନି ପାେଲିସ

ଦୁର୍ବ୍ୟବହାର ପାଇଁ ବାପା ଓ ଝିଅ ବିଷ ପିଇବା ଘଟଣାରେ ଉଭୟ ବାପା-ଝିଅଙ୍କୁ କଟକ ସ୍ଥାନାନ୍ତର । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୋର ପୋଲିସ ଠାରୁ ନ୍ୟାୟ ନପାଇ ବିଷ ପିଇଥିଲେ ବାପ ଝିଅ । ପରେ ଭଦ୍ରକ ସହର ନିକଟ ଗେଲପୁରରୁ ହୋଇଥିଲେ ଉଦ୍ଧାର । ଗୁରୁତର ମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ମହୁ ମୁହାଣ ଗ୍ରାମର ସଞ୍ଜୟ କୁମାର ନାୟକ ଓ ତାଙ୍କ ଝିଅ । ତେବେ ଏହି ଘଟଣା ପଛରେ ଥିବା କାରଣ ଆମ ପୋଲିସ ବ୍ୟବସ୍ଥା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ସୋର ଥାନାରେ ରେ ଜନୈକ ଛାତ୍ରୀ ଓ ତାଙ୍କ ବାପା ଅଭିଯୋଗ ଆଣିଥିଲେ ଯେ ଛାତ୍ରୀ କଲେଜରୁ ଫେରିବା ବେଳେ କେତେକ ଯୁବକ ତାଙ୍କୁ ଟଣାଓଟରା ସହ ଅପହରଣ ଉଦ୍ୟମ କରିଥିଲେ । କଲେଜରୁ ଫେରିବା ସମୟରେ ଗୋଟିଏ କାର ଓ ଏକ ବାଇକରେ ତାଙ୍କୁ ଉଠାଇବାକୁ ଉଦ୍ୟମ ବେଳେ ଯୁବତୀ ଜଣକ ଖସିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ଲୋକଙ୍କୁ ଦେଖି ଦୁର୍ବୁର୍ତ୍ତ ମାନେ ପଳାଇଥିଲେ । ଏହି ଅଭିଯୋଗ ପରେ କିନ୍ତୁ ପୋଲିସ ତ ଏତଲା ରଖିଲା କିନ୍ତୁ କାର୍ଯ୍ୟାନୁଷ୍ଠାନର କୌଣସି ଠିକଣା ନଥିଲା ।

ପରେ ଛାତ୍ରୀ ତାଙ୍କ ବାପାଙ୍କୁ ସହ ଆଜି ପୁଣି ଥାନାକୁ ଆସିଥିଲେ ଯେ ଅଭିଯୋଗ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଇଛି ଜାଣିବା ପାଇଁ । କିନ୍ତୁ ହଠାତ ଫିଲ୍ମ ଷ୍ଟାଇଲରେ ପୁଣି ୩ ଜଣ ଯୁବକ ଗୋଡ଼ାଇଥିଲେ ବାପା ଓ ଝିଅଙ୍କୁ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୁହ କୁ ଘୋଡାଇଥିବା ବେଳେ ଜଣେ ଯୁବକ କିନ୍ତୁ ପୁରୁଣା ଘଟଣା ବେଳେ ଥିବା କହିଛନ୍ତି ଛାତ୍ରୀ । ତେବେ ଛାତ୍ରୀ ଓ ତାଙ୍କ ବାପା ଭୟରେ ସୋରରୁ ୩୮ କିଲୋମିଟର ଦୂର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ସହରର ଗେଲପୁର ଛକ ନିକଟରେ ପହଞ୍ଚିଥିଲେ । ପରେ ଭୟଭୀତ ଓ ନ୍ୟାୟ ନପାଇବାର କ୍ଷୋଭ ପାଇଁ ଥଣ୍ଡା ଓ ବିଷ ଗୋଳାଇ ପିଇଦେଇଥିଲେ ବାପା । ପରେ ଝିଅ ମଧ୍ୟ ବାପାଙ୍କୁ ନିକଟ ରେ ଥିବା ଥଣ୍ଡା ଓ ବିଷ ପିଇଦେଇଥିଲେ । ଏମିତି ଘଟଣା ପରେ ଗେଲପୁର ଛକ ରେ ଲୋକେ ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ପଠାଇଥିଲେ । ଏବେ ଉଭୟ ବାପା ଓ ଝିଅ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ତେବେ ଯୁବତୀଙ୍କ ଘର ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ହୋଇଥିବାରୁ ଭଦ୍ରକ ଜିଲ୍ଲାକୁ ଆସି ବିଷ ପିଇବା ଘଟଣାକୁ ରହସ୍ୟାବୃତ୍ତ କରିଛି । ଅନ୍ୟ ପଟେ ପୋଲିସକୁ ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରିଛି । ଏବେ ଅନେକ ପ୍ରଶ୍ନ ମଧ୍ୟ ଉଠିଲାଣି ।

Show More

Related Articles

Back to top button