Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୫ ଦିନ ପର୍ଯ୍ୟନ୍ତ ଖରାରୁ ନିସ୍ତାର ନାହିଁ

୪୪-୪୫ ଡିଗ୍ରୀ ଟପିବ ତାପମାତ୍ରା

ଖରାକୁ ଡରି ବାହାରକୁ ବାହାରି ହେଉନି । ତଣ୍ଟି ଶୁଖି ଯାଉଛି । ତେବେ ଏଭଳି ପାଗରୁ ଆଗାମୀ ୫ ଦିନ ଯାଏ ନିସ୍ତାର ନାହିଁ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ରାଜ୍ୟରେ ଆଗାମୀ ୫ ଦିନ ଯାଏ ଆହୁରି ୩ ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ହେବ । ୪୦ ଡିଗ୍ରୀ ଜାଗାରେ ୪୪ କିମ୍ୱା ୪୫ ହେବାର ସମ୍ଭାବନା ରହିଛି । ବିଶେଷକରି ୨୫, ୨୬, ୨୭ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ମୟୂରଭଞ୍ଜ, କଳାହାଣ୍ଡି ଜିଲ୍ଲାକୁ ହିଟ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ଭିତରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ଗଜପତି, ବାଲେଶ୍ବର, କେନ୍ଦୁଝର, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଘଡ଼ଘଡି ହେବ ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ସୋଆ ସେଣ୍ଟର୍ ଫର୍ ଏନଭାଇରେଣ୍ଟ ଆଣ୍ଡ କ୍ଳାଇମେଟ୍ ବିଭାଗ ମୁଖ୍ୟ ଡ଼ ଶରତ ଚନ୍ଦ୍ର ସାହୁଙ୍କ ମତରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ସମୁଦ୍ର ଆଡୁ ବାୟୁ ପ୍ରବାହ କମିଯାଇଛି । କାଳବୈଶାଖୀ ହେଉ ନଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଛି ।

ଏହାଛଡା ୩୭ ଡିଗ୍ରୀ ସେଲସିୟସ ତଳେ ତାପମାତ୍ରା ରହିଲେ କାଳବୈଶାଖୀ ପାଇଁ ସହାୟକ ହୋଇଥାଏ । କିନ୍ତୁ ତା ଠାରୁ ଅଧିକ ରହୁଥିବାରୁ କାଳବୈଶାଖୀ ପାଇଁ ସହାୟକ ହେଉନାହିଁ ବୋଲି ଡ. ଶରତଚନ୍ଦ୍ର ସାହୁ କହିଛନ୍ତି । ସେପଟେ ଭୁବନେଶ୍ୱରରେ ଦୁଇ ଦିନ ହେଲା ୪୦ ଉପରେ ରହୁଛି ପାରଦ । ରାଜଧାନୀ ବାସୀ ବି ଡହଳ ବିକଳ ହେଉଛନ୍ତି । ଆଜି ଦିନ ୧୨ ଟା ସୁଦ୍ଧା ୪୧ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା ତାପମାତ୍ରା । ଖରାରୁ ନିସ୍ତାର ପାଇଁ ବିଭିନ୍ନ ସଙ୍ଗଠନ, ବିଏମସି ଓ କର୍ପୋରେଟରମାନେ ନିଜ ଅଞ୍ଚଳରେ ଦହିପାଣି, ରସନା ପାଣି ବଣ୍ଟନ କରୁଛନ୍ତି । ୧ ଓ ୨ ନମ୍ବର୍ ୱାର୍ଡର କର୍ପୋରେଟର ଭ୍ରାମ୍ୟମାଣ ଜଳ ଛତ୍ର ଖୋଲି ଦହି ପାଣି ବଣ୍ଟନ କରୁଛନ୍ତି । ସେପଟେ ରାଜଧାନୀବାସୀ ବି ହିଟକୁ ବିଟ କରିବା ପାଇଁ ଖରା ବେଳେ କୋଲ୍ଡ ଡ୍ରିଙ୍କସ, ଆଖୁ ରସ, ତରଭୁଜ ଆଦି ଖାଇ ଖାରରୁ ତ୍ରିହି ପାଉଛନ୍ତି । ଖରାକୁ ବାହାରିଲେ ମୁଣ୍ଡରେ ଓଦା କପଡା ପକାଇ ବାହାରୁଛନ୍ତି, ତେବେ ଆଗକୁ ଖରା ବଢ଼ିବାକୁ ଥିବା ବେଳେ ସମସ୍ତେ ସତର୍କ ରହିବା ସହିତ ସରକାରଙ୍କ ଗାଇଡ ଲାଇନ୍ ମାନିବାକୁ ସରକାର ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button