Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଭାରତ ଆସିବ ଆଉ ୧୬ଟି ରାଫେଲ୍ ବିମାନ

ଚଳିତବର୍ଷ ଭାରତ ବିଭିନ୍ନ ସମସ୍ୟାଦେଇ ଗତି କରୁଥିବା ବେଳେ ଶତ୍ରୁଦେଶ ମାନଙ୍କୁ ସଠିକ୍ ଜବାବ ଦେବା ପାଇଁ ନିକଟରେ ଭାରତରେ  ବିଭିନ୍ନ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଚଳାଇଛି ଡିଆରଡିଓ ଯାହାଦ୍ୱାରା ଶତୃଦେଶ ମାନଙ୍କୁ ସଠିକ୍ ଜବାବ୍ ଦେଇହେବ କେବଳ ଏତିକି ନୁହେଁ ତିନି ସେନାର ମନୋବଳ କୁ ବଢାଇବା ପାଇଁ ଭାରତ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ନିୟୋଜିତ କରିଛି

ଚଳିତବର୍ଷ ଭାରତ ବିଭିନ୍ନ ସମସ୍ୟାଦେଇ ଗତି କରୁଥିବା ବେଳେ ଶତ୍ରୁଦେଶ ମାନଙ୍କୁ ସଠିକ୍ ଜବାବ ଦେବା ପାଇଁ ନିକଟରେ ଭାରତରେ  ବିଭିନ୍ନ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଚଳାଇଛି ଡିଆରଡିଓ ଯାହାଦ୍ୱାରା ଶତୃଦେଶ ମାନଙ୍କୁ ସଠିକ୍ ଜବାବ୍ ଦେଇହେବ କେବଳ ଏତିକି ନୁହେଁ ତିନି ସେନାର ମନୋବଳ କୁ ବଢାଇବା ପାଇଁ ଭାରତ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ନିୟୋଜିତ କରିଛି । ଆମେରିକା ଓ ଫ୍ରାନ୍ସ ପରି ବଡ଼ ବଡ଼ ଦେଶମାନେ ମଧ୍ୟ ଭାରତ କୁ ସାହାର୍ଯ୍ୟ କରିବାକୁ ହାତ ବଢାଇଛନ୍ତି ।

ଫ୍ରାନ୍ସରୁ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍ ଆସିଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ ।ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ଆସିଥିଲା । ଏହାପରେ ନଭେମ୍ୱର ୫ ତାରିଖରେ ଆଉ ୩ଟି ରାଫେଲ୍ ଆସି ପହଁଚିବ ଅଂବାଲା ଏୟାର ବେସରେ ।

ସେହିପରି ଜାନୁଆରୀ ମାସରେ ଆଉ ୩ଟି ରାଫେଲ୍ ଜେଟ୍ ବିମାନ, ମାର୍ଚ୍ଚ ମାସରେ ୩ଟି ଏବଂ ଅପ୍ରେଲ ମାସରେ ଭାରତରେ ପହଁଚିବ ୭ଟି ରାଫେଲ୍ ଯୁଦ୍ଧ ବିମାନ । ଆସନ୍ତା ନଭେମ୍ୱରରୁ ୨୦୨୧ ମସିହା ଏପ୍ରିଲ ମାସ ମଧ୍ୟରେ ଭାରତକୁ ମିଳିବ ୧୬ଟି ରାଫେଲ୍ ଯୁଦ୍ଧ ବିମାନ ।ଏହାକୁ ମିଶାଇଲେ ଆସନ୍ତା ଏପ୍ରିଲ ମାସ ବେଳକୁ ଭାରତ ନିକଟରେ ରାଫେଲ୍ ଯୁଦ୍ଧ ବିମାନର ସଂଖ୍ୟା ୨୧ରେ ପହଁଚି ଯାଇଥିବ ।

ଫ୍ରାନ୍ସର ବୋରଡେକ୍ସ ମେରିଗନକ୍ ଫାସିଲିଟିରୁ ସିଧାସଳଖ ଭାୟା ଆବୁଧାବି ହୋଇ ଭାରତ ପହଁଚିବ ରାଫେଲ୍ ବିମାନ । ମଝି ଆକାଶରେ ଏହାର ଇନ୍ଧନ ଭର୍ତି କରାଯିବାର ବ୍ୟବସ୍ଥା ଥିବାରୁ ଏହା ବିନା କୌଣସି ରହଣିରେ ଭାରତ ଆସିବ । ବର୍ତମାନ ଚୀନ ସହିତ ବଢୁଥିବା ସୀମା ବିବାଦ ଭିତରେ ଭାରତକୁ ଆଉ ୧୬ଟି ରାଫେଲ୍ ଆସିବ ଖବର ସେନାର ମନୋବଳକୁ ବଢାଇଛି ।

Show More

Related Articles

Back to top button