ଦେଶ ବିଦେଶବାଣିଜ୍ୟ

ଏବେ କିଣନ୍ତୁ ପରେ ଦେବେ ପଇସା !

ଆସିଲା ନୂଆ ସୁବିଧା, ସପିଙ୍ଗ ପରେ ବିନା ସୁଧରେ ପୈଠ କରନ୍ତୁ ବିଲ୍

ଆଜିକା ଦିନରେ ପ୍ରାୟ ଲୋକେ ଅନଲାଇନ ସପିଙ୍ଗ କଲେଣି। ଲୋକଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ସମୟରେ ଇ-କମର୍ସ କମ୍ପାନୀମାନେ ଭିନ୍ନ ଭିନ୍ନ ଅଫର ମଧ୍ୟ ଦେଉଛନ୍ତି। ତେବେ କରୋନା ଭାଇରସ ମହାମାରୀରେ ଆଜିକାଲି ଲୋକେ ଖାଲି ହାତରେ ବସିଛନ୍ତି। ଏଥିରେ ବିଶ୍ୱରେ ୧ନମ୍ବର ଇ-କମର୍ସ କମ୍ପାନୀ ଆମାଜନ ଏକ ଆକର୍ଷକ ଅଫର ନେଇ ଆସିଛନ୍ତି। ତାହା ହେଉଛି ‘ବାୟ ନାଓ ପେ ଲେଟର’ (ଏବେ କିଣନ୍ତୁ ପରେ କରିବେ ପୈଠ)। ଯେଉଁଥିରେ ଆମଜନ ଆପଣଙ୍କୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲିମିଟ୍ ଦେଉଛନ୍ତି। ଆପଣ କ୍ରେଡିଟ ଲିମିଟ୍ ଭିତରେ ଯେ କୌଣସି ସାମଗ୍ରୀ ଆପଣଙ୍କ ଲାଗି କ୍ରୟ କରିପାରନ୍ତି। ତେବେ ଏହି ସବୁ ସପିଙ୍ଗ ଲାଗି ଆପଣଙ୍କୁ ପରେ ପୈଠ କରିବାକୁ ହେବ। ଏହି କ୍ରେଡିଟ ଲମିଟ୍ ମଧ୍ୟରେ ଆପଣ ରିଚାର୍ଜ ଓ ଜରୁରି ବ୍ୟୟ ମଧ୍ୟ କରିପାରିବେ। ତେବେ ଏହା ସ୍କିମର ସବୁଠାରୁ ଯାହା ଉଲ୍ଲେଖନୀୟ ବ୍ୟବସ୍ଥା ତାହା ହେଉଛି ଆପଣ କରୁଥିବା କ୍ରୟ ଲାଗି ପଇସାଟିଏ ବି ସୁଧ ଦେବାକୁ ପଡିବନି। ବିନା କୌଣସି ସୁଧରେ ଆପଣ କରିଥିବା ସପିଙ୍ଗର ପୈଠ କରିବେ। ପୈଠ କରିବା ଲାଗି ଆପଣ ଚାହିଁଲେ ଶରଳ କିସ୍ତି (ଇଏମଆଇ) ସୁବିଧା ମଧ୍ୟ ନେଇପାରିବେ।

ଏଥିରେ ସପିଙ୍ଗ ବ୍ୟତୀତ ଆପଣଙ୍କୁ କୌଣସି ଏକ୍ସଟ୍ରା ପୈଠ କରିବାକୁ ପଡିବନି। ଆମାଜନଙ୍କ ଏହି ସୁବିଧାର ଲାଭ ଉଠାଇବା ଲାଗି ଆପଣଙ୍କ ବୟସ ଅନୁନ୍ୟ ୨୩ ବର୍ଷ ହୋଇଥିବା ଆବଶ୍ୟକ। ଏହି ଲାଭ ନେବାକୁ ହେଲେ ଆପଣଙ୍କ ଭେରିଫାଏ ମୋବାଇଲ ନମ୍ବରରେ ଆପଣଙ୍କର ଆମାଜନରେ ଆକାଉଣ୍ଟ ଥିବା ଦରକାର। ଏହା ସହ ଆପଣଙ୍କ ପାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗକୁ ଏକ ଏଜ୍ ପ୍ରୁଫ ମଧ୍ୟ ଥିବା ଦରକାର। ଏଥିଲାଗି ଆପଣ ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ଆଧାରକାର୍ଡ ଅଥବା ପାସପୋର୍ଟ ମଧ୍ୟ ଉପଯୋଗ କରିପାରିବେ। ଏହି ସୁବିଧାର ଲାଭ ନେବାକୁ ଚାହୁଁଥିଲେ ସର୍ବ ପ୍ରଥମେ ଆପଣଙ୍କୁ ଆମାଜନ ପେ କୁ ଯିବାକୁ ହେବ। ଯେଉଁଠି ଆପଣ ଆମାଜନ ପେ ଲେଟର ଅପସନରେ କ୍ଲିକ୍‌ କରି ଗେଟ୍ ଷ୍ଟାର୍ଟେଡରେ କ୍ଲିକ୍‌ କରିବା ସହ ରେଜିଷ୍ଟ୍ରେସନ ପେଜକୁ ଯାଇ ନିଜର ରେଜିଷ୍ଟ୍ରେସନ କରିବାକୁ ହେବ। ଏଠାରେ ଆକ୍ଟିଭେଟ୍ ଇନ ୬୦ ସେକେଣ୍ଡସ୍‌ରେ ଟ୍ୟାପ କରନ୍ତୁ। ଏହା ପରେ ଆପଣଙ୍କର କେୱାଇସି ହେବ। ଏଥିରେ ଆପଣଙ୍କୁ ମଗା ଯାଉଥିବା ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ହେବ। ଶେଷରେ ଆପଣଙ୍କୁ ପାନ କାର୍ଡର ଶେଷ ଡିଜିଟ ଅପଲୋଡ କରିବାକୁ ପଡିବ। ଭେରିଫିକେସନ ପ୍ରକ୍ରିୟାରେ ଆପଣଙ୍କୁ କ୍ରେଡିଟ୍ ଲିମିଟ୍ ଦେଇ ଦିଆଯିବ।

Show More

Related Articles

Back to top button