ସ୍ୱାସ୍ଥ୍ୟ

ଘିଅ ଓ ଗୁଡର କମ୍ବିନେସନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

ଭୋଜନ ପରେ ଏହିଭଳି କରନ୍ତୁ ସେବନ

ଘିଅ ଓ ଗୁଡ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ। ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର। କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ। ଯଦି ଘିଅ ଓ ଗୁଡକୁ ଏକାସାଙ୍ଗେ ସେବନ କରଯାଏ ତାହେଲେ ଅନେକ ଲାଭ ମିଳିବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ।

ଘିଅ ଓ ଗୁଡକୁ ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ। ଏହି ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଘିଅ ଓ ଗୁଡର କମ୍ବିନେସନ ଶରୀରକୁ କଣ କଣ ଫାଇଦା ପହଞ୍ଚାଇଥାଏ ଏବଂ ଏହାକୁ କେଉଁ ସମୟରେ ସେବନ କରିବା ଉତ୍ତମ ଆସନ୍ତୁ ଜାଣିବା।

ଘିଅ ଓ ଗୁଡ ଆପଣ ମଧ୍ୟାହ୍ନ ଭୋଜନ ପରେ ସେବନ କରିପାରିବେ। ନଚେତ ରାତ୍ରି ଭୋଜନ ପରେ ମଧ୍ୟ କରିପାରିବେ। ଏଥିପାଇଁ ଗୋଟିଏ ଚାମଚ ଶୁଦ୍ଧ ଘିଅରେ କିଛି ଗୁଡ ମିଶାନ୍ତୁ। ଏହାକୁ ଭୋଜନର ୫-୧୦ ମିନିଟ ପରେ ସେବନ କରିପାରିବେ।
ଘିଅ ଓ ଗୁଡଏଅ ସମ୍ମିଶ୍ରଣକୁ ଏଇଥିପାଇଁ ସୁପରଫୁଡ କୁହାଯାଇଛି କାରଣ ଏଥିରେ ଆୟରନ, ମ୍ୟାଗନେସିୟମ୍ରେ, ପୋଟାସିୟମ ଓ ଭିଟାମିନ ବି-ସି ଭଳି ଅନେକ ପୋଷାକ ତତ୍ତ୍ୱ ରହିଛି। ଘିଅରେ ଭିଟାମିନ ଏ, କେ, ଇ, ଡି ସହ ଫ୍ୟାଟି ଏସିଡ ମଧ୍ୟ ରହିଛି। ଏହା କେବେଳେ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ଓ କେଶକୁ ମଧ୍ୟ ଭରପୁର ପୋଷଣ ପ୍ରଦାନ କରିଥାଏ।

ଘିଅ ଓ ଗୁଡର ମିଶ୍ରଣ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ। ଏହା ଶରୀରରେ ହର୍ମୋନ ସନ୍ତୁଳନକୁ ମେଣ୍ଟେନ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରକୁ ଡିଟକ୍ସିଫାଏ ମଧ୍ୟ କରିଥାଏ। ଘିଅ ଓ ଗୁଡର ମିଶ୍ରଣ ଏନିମିଆ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Show More

Related Articles

Back to top button