Breaking PLUSଦେଶଦେଶ ବିଦେଶଭକ୍ତିମୁଖ୍ୟ ଖବର

ବୁଢା ଅମରନାଥ ତୀର୍ଥ ଯାତ୍ରା ଆରମ୍ଭ

11ଦିନ ଧରି ଚାଲିବ ତୀର୍ଥଯାତ୍ରା

ଜମ୍ମୁ: ଆରମ୍ଭ ହୋଇଛି ବୁଢା ଅମରନାଥ ତୀର୍ଥଯାତ୍ରା । ପୁଞ୍ଛରେ ଥିବା ବୁଢା ଅମରନାଥ ଦର୍ଶନ ପାଇଁ ଶୁକ୍ରବାର ସକାଳେ ଜମ୍ମୁରୁ ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚ ବାହାରିଛନ୍ତି । ଭୂମି ପୂଜନ କରିବା ସହ ସ୍ଥାନୀୟ ପ୍ରଶାସନ ସବୁଜ ପତାକା ଦେଖାଇ ଜମ୍ମୁରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଗାମୀ 11ଦିନ ପାଇଁ ଏହି ବୁଢା ଅମରନାଥ ଯାତ୍ରା ଚାଲିବ ।
କାଲି ଏହି ବ୍ୟାଚ ପୁଞ୍ଛର ମଣ୍ଡି ତହସିଲ ଅନ୍ତର୍ଗତ ରାଜପୁରା ଗାଁରେ ଥିବା ବୁଢା ଅମରନାଥ ମନ୍ଦିରରେ ପହଞ୍ଚିବ । ଏହି ଯାତ୍ରା ମୁବାରକଙ୍କ ଆଗମନ ସହ ଶେଷ ହେବ । ପୁଞ୍ଛରେ ଥିବା ଏହି ମନ୍ଦିର ଜମ୍ମୁରେ ସବୁଠାରୁ ପୁରାତନ ମନ୍ଦିର । ଦଶନାମୀ ଆଖଡା ପୁଞ୍ଚର ଏହି ତୀର୍ଥସ୍ଥଳୀ ପୁଲ୍ଲସା ନଦୀ କୂଳରେ ରହିଛି । ଏହି ନଦୀକୁ ବେଶ୍ ପବିତ୍ର ମନେ କରାଯାଏ ଏବଂ ଶ୍ରଦ୍ଧାଳୁମାନେ ଏହି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ମହି ପବିତ୍ର ନଦୀରେ ସ୍ନାନ କରିଥାନ୍ତି ।
ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଏଡିଜିପି ମୁକେଶ ସିଂ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।

Show More

Related Articles

Back to top button