Breaking PLUSବାଣିଜ୍ୟ

ବିଏସଏନଏଲ ଲଞ୍ଚ୍ କଲା ୪ଟି ଜବରଦସ୍ତ ପ୍ଲାନ

ଟକ୍କର ଦେଇପାରେ ଜିଓ ଏବଂ ଏୟାରଟେଲକୁ

ବିଏସଏନଏଲ ୪ଟି ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ ଲଞ୍ଚ୍ କରିଛି।ଯାହାକି କଡା ଟକ୍କର ଦେଇପାରେ ଜିଓ ଏବଂ ଏୟାରଟେଲକୁ ବୋଲି କୁହାଯାଉଛି। ଏହି ୪ଟି ପ୍ଲାନ୍ ଯଥାକ୍ରମେ ୪୪୯, ୭୯୯, ୯୯୯, ୧୪୯୯ ଟଙ୍କାର ରହିଛି। ଏହିସବୁ ପ୍ଲାନରେ କମ୍ପାନି ଉପଭୋକ୍ତାଙ୍କୁ କଲିଂ, ହାଇ ସ୍ପିଡ୍ ଡାଟା ଓ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ପ୍ରଦାନ କରିବ ବୋଲି ଦାବି କରିଛି।

୧. ଫାଇବର ବେସିକ୍ ନାମକ ୪୯୯ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ୩୦ଏମବିପିଏସ ସ୍ପିଡ୍ ସହ ୩୩୦୦ଜିବି ଡାଟା ପ୍ରଦାନ କରିବ। ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ । ଏଥିରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ ।

୨.ଫାଇବର ଭାଲ୍ୟୁ ନାମକ ୭୯୯ପ୍ଲାନରେ ଉପଭୋକ୍ତା ୧୦୦ଏମବିପିଏସ ସ୍ପିଡ୍ ସହ ୩୩୦୦ଜିବି ଡାଟାର ଫାଇଦାସ ଉଠାଇ ପାରିବେ। ଏହି ପ୍ଲାନ୍କୁ କେବଳ ଏକ ମାସ ପାଇଁ ସବସ୍କ୍ରାଇବ୍ କରାଯାଇପାରିବ । କେବଳ ଏତିକି ନୁହେଁ ଏହି ପ୍ଲାନ୍ରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ ଲ୍ୟାଣ୍ଡଲାଇନରୁ କଲିଂର ସୁବିଧା ବି ପ୍ରଦାନ କରାଯିବ ।

୩. ତୃତୀୟ ପ୍ଲାନଟି ଫାଇବର ପ୍ରିମିୟମ ରହିଛି। ୯୯୯ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ୨୦୦ଏମବିପିଏସ ସ୍ପିଡ୍ ସହ ୩.୩ଜିବି ଡାଟା ପ୍ରଦାନ କରାଯିବ। ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ । ଏଥିରେ ବି ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ ।

୪. ଫାଇବର ଅଲ୍ଟ୍ରା ନାମକ ଏହି ପ୍ଲାନ୍ ଉପଭୋକ୍ତାଙ୍କୁ ୩୦୦ଏମବିପିଏସ ସ୍ପିଡ୍ ସହ ୪୦୦ଜିବି ଡାଟା ପ୍ରଦାନ କରୁଛି । ଏଥିରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ । ଏହା ବ୍ୟତୀତ ୧୪୯୯ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ମିଳିବ ।

Show More

Related Articles

Back to top button