Breaking PLUSଦେଶ ବିଦେଶମୁଖ୍ୟ ଖବର

କାବୁଲ ହୋଟେଲ ଛାଡିବାକୁ ବ୍ରିଟେନ ଓ ଆମେରିକା ନାଗରିକଙ୍କୁ ଆଲର୍ଟ

କାବୁଲ ହୋଟେଲରେ ଥିଲେ ତୁରନ୍ତ ଛାଡି ପଳାଅ । ହୋଟେଲ ପାଖାପାଖି ମଧ୍ୟ ରୁହନି’ । ବ୍ରିଟେନ ଓ ଆମେରିକା ନାଗରିକଙ୍କୁ ଏପରି ଆଲର୍ଟ କରିଛନ୍ତି ଉଭୟ ଦେଶ ସରକାର । ବିଶେଷ କରି କାବୁଲ ସ୍ଥିତ ସେରେନା ହୋଟେଲ ଉପରେ ଏପରି ଆଲର୍ଟ ଜାରି କରିଛନ୍ତି ଆମେରିକା ବିଦେଶ ମନ୍ତ୍ରଣାଳୟ । କାବୁଲ ହୋଟେଲ ପାଖାପାଖି ବଡ ଧରଣର ଆକ୍ରମଣ ହେବାର ସୂଚନା ପାଇବା ପରେ ଆମେରିକା ଗୁଇନ୍ଦା ଏଜେନ୍ସି ଏନେଇ ଆମେରିକା ସୁରକ୍ଷା ମନ୍ତ୍ରଣାଳୟକୁ ଜଣାଇଥିଲା । ଏହାସହ କାବୁଲ ଗସ୍ତକୁ ବାତିଲ କରିବାକୁ ମଧ୍ୟ ସତର୍କ କରାଇଛନ୍ତି । ଆମେରିକାର ଚେତାବନୀ ଏପରି ସମୟରେ ଆସିଛି ଯେଉଁ ସମୟରେ ଆଫଗାନିସ୍ତାନରେ ବିସ୍ଫୋରଣର ଭୟ ଲୋକଙ୍କ ଡରାଉଛି । କାରଣ ଗତ ସପ୍ତାହରେ କୁନ୍ଦୁଜ ପ୍ରାନ୍ତରରେ ଥିବା ମସଜିଦରେ ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Show More

Related Articles

Back to top button