ଓଡ଼ିଶାପୂଜା ପାର୍ବଣ

ଆଜି ପୀଠରେ ମା’ ଙ୍କ ମହାଷ୍ଟମୀ ପୂଜା

ଧରାବତରଣ କରିଛନ୍ତି ମା’ । ଆଜି ମଣ୍ଡପରେ ଅନୁଷ୍ଠିତ ହେଉଛି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ଜଗତଜନନୀ ମା’ ଦୁର୍ଗାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମା’ଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ କମ୍ପିବ ମଣ୍ଡପ ପରିବେଶ ।

ଏବର୍ଷ ବି କରୋନା କଟକଣାରେ ପୂଜା ଅନୁଷ୍ଠିତ ହେଉଛି । ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । ସାମନା ପଟକୁ ପରଦା ଦ୍ୱାରା ଢାଙ୍କି ଦିଆଯାଇଛି । କିଛି ପୂଜା ମଣ୍ଡପ ମାଆଙ୍କର ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି । ସେପଟେ ଆଜି ଶକ୍ତିପୀଠରେ ମା’ ଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି ।

Show More

Related Articles

Back to top button