Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ

ଦିନ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଦିନ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି । ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ ।

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ । ୧୧ ଜଣ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଏଥର ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ମୁତୟନ କରାଯାଇଛି ।

Show More

Related Articles

Back to top button