ଓଡ଼ିଆ ଗଳ୍ପଜୀବନଚର୍ଯ୍ୟାଶିକ୍ଷାସ୍ୱତନ୍ତ୍ର

ପ୍ରଣାମ ଅଗ୍ରପୂଜ୍ୟ

ମାତା ର ଆଜ୍ଞା ରେ ପିତା ସାଙ୍ଗେ ଲଢ଼ି
ହରାଇଲା ଯିଏ ମୁଣ୍ଡ,
ତାର ପାଦ ତଳେ କୋଟି ପ୍ରଣିପାତ
ଜୟ ପ୍ରଭୁ ବକ୍ରତୁଣ୍ଡ l

ଯାହାର ପ୍ରହାରେ ଛତ୍ରଭଙ୍ଗ ଦେଲେ
ଯେତେ ସବୁ ଶିବଗଣ,
ସେହି କୁନି ପିଲା ଅଗ୍ରଗଣ୍ୟ ହେଲା
ନାମ ଯାର ଗଜାନନ l

ଭାଇ ସାଙ୍ଗେ ଲଢ଼ି  ବ୍ରହ୍ମାଣ୍ଡ  ଭ୍ରମଣ
ନିମିଷକେ କଲା ଶେଷ,
ବୁଦ୍ଧି ର ନାୟକ ସିଦ୍ଧିବିନାୟକ
ମାଗୁଛୁ ତୁମ ଆଶିଷ l

ମହାଭାରତ ଲେଖା ଥିଲା ବେଳେ
ଭାଙ୍ଗିଲା ଲେଖନୀ ମୁନ,
ବ୍ୟାସ ସର୍ତ୍ତ ମାନି  ନିଜ ଦାନ୍ତ ଭାଙ୍ଗି
ଲେଖା କରିଲ ପୁରଣ l

କାଳଜୟୀ ତୁମେ ପାର୍ବତୀ ନନ୍ଦନ
କୋଟି ଦେବତାଙ୍କ ପ୍ରାଣ,
ଭରିଦିଅ ପ୍ରଭୁ ମୋ କଲମେ ଶକ୍ତି
ଚାଲୁଥାଉ ନିରନ୍ତର l

ଲେଖା:ଦିଲ୍ଲୀପ ଶତପଥୀ

Show More

Related Articles

Back to top button