ବଲିଉଡମନୋରଞ୍ଜନ

ପ୍ରଥମ ଦିନରେ ୧୩ କୋଟି ରୋଜଗାର କଲା ଫିଲ୍ମ ‘୮୩’

ରିଲିଜ୍ ହୋଇଯାଇଛି ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ । ରଣବୀର ସିଂହ ଅଭିନୀତ ଏହି ଫିଲ୍ମ ୧୯୮୩ରେ ଭାରତର ପ୍ରଥମ ବିଶ୍ୱକପ ବିଜୟ ଉପରେ ଆଧାରିତ କାହାଣୀ । ତେବେ ଗତକାଲି ବକ୍ସ ଅଫିସରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଓପନିଂ ଧୀର ରହିଛି । ଫିଲ୍ମ ଏହାର ପ୍ରଥମ ଦିନରେ ୧୩ କୋଟିର ଆୟ କରିଛି, ଏବଂ କଲେକ୍ସନ ତୁଳନାରେ ‘ସୂର୍ଯ୍ୟବଂଶୀ’ ଓ ‘ସ୍ପାଇଡର ମ୍ୟାନ୍ ନୋ ୱେ ହୋମ୍’ ପଛରେ ରହିଛି ।

ଓପନିଂ କଲେକ୍ସନରେ ପ୍ରଥମ ଦିନରେ ସୂର୍ଯ୍ୟବଂଶୀ ୨୬.୨୯ କୋଟି କଲେକ୍ସନ କରିଥିବାବେଳେ ସ୍ପାଇଡର ମ୍ୟାନ ନୋ ୱେ ହୋମ୍ ୩୨.୬୭ କୋଟି କଲେକ୍ସନ କରିଥିଲା ।

ବକ୍ସ ଅଫିସ୍ ରିପୋର୍ଟ ଅନୁଯାୟୀ, ମେଟ୍ରୋପଲିଟିଆନ ସହରମାନଙ୍କରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ସେପଟେ ଫିଲ୍ମକୁ ନେଇ ରଣବୀର ସିଂହ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମର ରିଭ୍ୟୁ ଉପରେ ନଜର ରଖିଛନ୍ତି । ସୁନୀଲ ସେଟ୍ଟୀ, ତାହିରା କସ୍ୟପଙ୍କ ଭଳି ଅଭିନେତା ଫିଲ୍ମରେ ରଣବୀର ସିଂହଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ।

ଭାରତର ପ୍ରଥମ ବିଶ୍ୱକପ୍ ବିଜୟ ଉପରେ ଫିଲ୍ମ ‘୮୩’ ର କାହାଣୀ ପର୍ଯ୍ୟବେସିତ । ଫିଲ୍ମରେ ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ କିଭଳି କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା ତାହା ଦେଖିବାକୁ ମିଳିଛି । ଏହା ସହ ଫିଲ୍ମରେ ପଙ୍କଜ ତ୍ରୀପାଠୀ, ବୋମନ ଇରାନୀ, ସାକିବ ଅଲ୍ ହସନ୍ ଏବଂ ତାହିର ରାଜ ଭାସିନ ପ୍ରମୁଖ ନଜର ଆସିଛନ୍ତି ।

Show More

Related Articles

Back to top button