Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ପିଟିଆଇ ରାଲିରେ ବିସ୍ଫୋରଣ, 4 ମୃତ

ଇସଲମାବାଦ- ପାକିସ୍ତାନର ବେଲୁଚିସ୍ତାନର ସିବିରେ ପାକିସ୍ତାନ ତହରିକ-ଏ-ଇନସାଫର ନିର୍ବାଚନୀ ରାଲି ସମୟରେ ବୋମା ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 6ଜଣ ଆହତ ହୋଇଛନ୍ତି । ପୋଲିସ ଓ ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁଯାୟୀ, ମଙ୍ଗଳବାର ଏହି ବୋମା ବିସ୍ଫୋରଣ ହୋଇଛି । ସିବିରେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଚିକିତ୍ସା ଅଧୀକ୍ଷକ ଡକ୍ଟର ବାବର ମୃତାହତଙ୍କ ସଂଖ୍ୟା ନେଇ ତଥ୍ୟ ଦେଇଛନ୍ତି । ଏହି ଘଟଣାରେ ଫେବୃୟାରୀ 8ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଘଟିଛି । ସିବିର ଏସଏଚଓ ଜକାଉଲ୍ଲାହ ଗୁଜ୍ଜରଙ୍କ ଅନୁସାରେ, ଆହତଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଲୋକଙ୍କ ଅବସ୍ଥା ଗମ୍ଭୀର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ 3ଜଣ କାର୍ଯ୍ୟକର୍ତ୍ତା ଅଛନ୍ତି ।

Show More

Related Articles

Back to top button