ସ୍ୱାସ୍ଥ୍ୟ

କଳା ରାଶିର ପ୍ରୟୋଗ କରି ଭଗବାନଙ୍କୁ ଏହିଭଳି ଭବରେ ସନ୍ତୁଷ୍ଟ କରନ୍ତୁ : ଦୂର ହୋଇଯିବ ଦୁଃଖ ଦୁର୍ଦଶା

ଆମ ଘରେ ଆମେ ପ୍ରାୟ ଅଧିକାଂଶ ଜିନିଷର ପ୍ରୟୋଗ ଏବଂ ବ୍ୟବହାର କରିଥାଉ l ଖାସ କରି ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷ ଗୁଡିକୁ ଆମର ଗ୍ରହ ଦଶା ସହିତ ଯୋଡ଼ା ଯାଇଥାଏ l ପ୍ରତେକ ଜିନିଷର ସମ୍ପର୍କ କୌଣସୀନା କୌଣସି ଗ୍ରହ ସହିତ ରହିଛି

ଏହି କ୍ରମରେ ଆଜି ଆମେ ଶାସ୍ତ୍ର ଅନୁସାରେ କଳା ରାଶିର କଣ ମହତ୍ୱ ରହିଛି ସେ ବିଷୟରେ ଜାଣିବା l କଳା ରାଶିର ପ୍ରୟୋଗକୁ ବିଶେଷ କରି ପୂଜା ପାଠରେ ବ୍ୟବହାର କରାଯାଇଥାଏ l ଆଜି ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କଳା ରାଶିର ପ୍ରୟୋଗ କଣ ରହିଛି l

* ଯଦି ଆପଣ ଶନିଦେବଙ୍କର ପ୍ରକୋପରେ କଷ୍ଟ ପାଉଛନ୍ତି ତେବେ ପ୍ରତେକ ଦିନ ସକାଳୁ ଗାଧୋଇ ସାରି କିଛି ମାତ୍ରାରେ କଳା ରାଶି ନେଇ ପାଣିରେ ଭସାଇବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି l ତା ସହିତ ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ l

* ଯଦି ଆପଣ ଅନେକ ଦିନରୁ ଧନ ସମ୍ବଧୀୟ ଅସୁବିଧା ଭୋଗ କରୁଛନ୍ତି କିମ୍ବା ଇଛା ଥାଇ ମଧ୍ୟ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରୁ ନାହାନ୍ତି ତେବେ ଗୋଟିଏ କଳା ରଙ୍ଗର କପଡ଼ାରେ କଳା ରାଶି ଓ କଳା ବିରି ବାନ୍ଧି କୌଣସି ଗରିବକୁ ଦାନ କରନ୍ତୁ l ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ଅସୁବିଧା ଧୀରେ ଧୀରେ ଦୂର ହେବ ଏବଂ ଧନ ସଞ୍ଚୟ ହେବ l

* ଯଦି ଆପଣଙ୍କ ପରିବାରରେ ସବୁବେଳେ ଅସୁବିଧା ଓ ଆସନ୍ତି ଦେଖା ଦେଉଛି ତେବେ ଗୋଟିଏ ମୁଠା କଳା ରାଶି ନେଇ ଘରର ସମସ୍ତ ସଦସ୍ୟଙ୍କ ମୁଣ୍ଡ ଉପରେ ଲଗାଇ ଉତର ଦିଗକୁ ଫିଙ୍ଗି ଦିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ରହିବ ସହିତ ସମସ୍ତ କାମ ବିନା ବାଧାରେ ହୋଇଯିବ l

* କଳା ରାଶି ସହିତ ରୋଗର ମଧ୍ୟ ଅନେକ ସମାନତା ଅଛି l ତେଣୁକରି ପ୍ରତେକ ଦିନ ଶିବଙ୍କୁ କଳା ରାଶି ଅର୍ପଣ କରିବା ଦ୍ୱାରା ଆପଣ ସମସ୍ତ ରୋଗରୁ ଦୁରେଇ ରହିବେ ଓ ଜୀବନରେ ଶାନ୍ତି ଆସିବା l କଳା ରାଶି ସହିତ ଶିବଙ୍କର ମଧ୍ୟ ଅନେକ ଭଲ ସମ୍ପର୍କ ରହିଛି l

* କଳା ରାଶି ସହିତ ପିତଳ ଜିନିଷର ଅନେକ ସମାନତା ରହିଛି l ଯଦି ଆପଣ କୌଣସି ସମସ୍ୟାରେ ଅନେକ ଦିନରୁ ଫସି ରହିଛନ୍ତି ତେବେ ସକାଳୁ ଗାଧୋଇ ସାରି ଗୋଟିଏ ପିତଳ ପାତ୍ରରେ ରାଶି ଓ କ୍ଷୀର ମିଶାଇ ପିପଳ ଗଛ ମୂଳରେ ଢାଳି ଦିଅନ୍ତୁ l ଆପଣଙ୍କ ଘରର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ l

Show More

Related Articles

Back to top button