Breaking PLUSଓଡ଼ିଶାମୁଖ୍ୟ ଖବର

ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର- ରତ୍ନଭଣ୍ଡାରକୁ ନେଇ ଗଜପତି ଦିବ୍ୟ ସିଂହ ଦେବଙ୍କୁ ଭେଟିଛି ବିଜେପି ପ୍ରତିନିଧି ମଣ୍ଡଳୀ । ରତ୍ନଭଣ୍ଡାର ପାଇଁ କମିଟି ଗଠନ ସହ ଖୋଲିବା ପାଇଁ ଦାବି କରିଛି ବିଜେପି । ଏନେଇ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ଆଲୋଚନା ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଚସ୍ତରୀୟ କମିଟି ତୁରନ୍ତ ଗଠନ କରିବା ସହ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢାଇବାକୁ ଦାବି ଜଣାଇଛୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । କମିଟି ଗଠନ କରିବାକୁ ପୂର୍ବରୁ ରିଜୋଲ୍ୟୁସନ ମାଧ୍ୟମରେ ଦିଆଯାଇଥିଲା ଏବେ ସରକାର କରିବେ ବୋଲି ଗଜପତି ଆଶାପୋଷଣ କରିଛନ୍ତି । ଗଜପତି କହିଛନ୍ତି ସରକାରଙ୍କୁ ରିଜୋଲ୍ୟୁସନ ମାଧ୍ୟମରେ ସବୁ ଜଣାଇଛନ୍ତି ସମ୍ପୂର୍ଣ୍ଣ ଦାୟିତ୍ୱ ସରକାରଙ୍କର । ହାଇକୋର୍ଟଙ୍କ ନିର୍ଦେଶ ରହିଛି, ଯଦି ସରକାର ଏହା ନ କରେ ତେବେ ବିଜେପି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସମୀର ମହାନ୍ତି କହିଛନ୍ତି । ଗଜପତି ମହାରାଜ ହେଉଛନ୍ତି ଆସ୍ଥା ବିଶ୍ୱାସର ପ୍ରତୀକ, ସେ ନିଶ୍ଚିତ ସପକ୍ଷରେ ଅଛନ୍ତି । ପରିଚାଳନା ସମିତି ଅଗଷ୍ଟ ଚାରି ତାରିଖରୁ ରେକମେଣ୍ଡ କରିସାରିଛି, ସରକାର ନିଷ୍ପତି ନେବା ଦରକାର । 45 ବର୍ଷ ଧରି ରତ୍ନଭଣ୍ଡାର ନ ଖୋଲିବା ଲୋକଙ୍କ ମନରେ ସଂଶୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button