ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା : ସ୍ଥଗିତ ରହିଲା ରେଷ୍ଟୁରାଣ୍ଟ ଭଙ୍ଗା କାର୍ଯ୍ୟକ୍ରମ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ବିବାଦରେ ରେଷ୍ଟୁରାଣ୍ଟ ଭଙ୍ଗା କାର୍ଯ୍ୟକ୍ରମରେ ଲାଗିଲା ରୋକ୍ । ପ୍ରଶାସନ ପ୍ରସ୍ତୁତ ଥିଲେ। ପୁଲିସ ମଧ୍ୟ ମୁତୟନ ଥିଲେ। ବୋଲଡୋଜ୍‌ର ରେଷ୍ଟୁରାଣ୍ଟରେ ପହଞ୍ଚି ଭାଙ୍ଗିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ହଠାତ୍‌ ସୁପ୍ରିମକୋର୍ଟଙ୍କ ଅର୍ଡ଼ର ଆସିଲା। ଏହା ପରେ ରେଷ୍ଟୁରାଣ୍ଟ ଭଙ୍ଗା କାର୍ଯ୍ୟକ୍ରମକୁ ସେଇଠି ସ୍ଥଗିତ ରଖାଯାଇଛି। ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ବିବାଦୀୟ ରେଷ୍ଟୁରାଣ୍ଟଙ୍କୁ ଭାଙ୍ଗିବା ଅଭିଯାନ ସ୍ଥଗିତ ରହିଲା।  ଆଜି ତୁରନ୍ତ ଶୁଣାଣି ପରେ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ରହିତା ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଗୋଆର ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ‘କର୍ଲିଜ ରେଷ୍ଟୁରାଣ୍ଟରେ ହିଁ ସୋନାଲିଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚାଯାଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ରେଷ୍ଟୁରାଣ୍ଟରେ ହିଁ ସୋନାଲି ରଙ୍ଗିନ୍‌ ପାର୍ଟିରେ ସାମିଲ ହୋଇଥିବା ନଜରକୁ ଆସିଥିଲେ। ଗୋଆସ୍ଥିତ ‘କର୍ଲି କ୍ଲବ୍‌’ର ଧ୍ୱଂସ ଉପରେ ରୋକ ଲଗାଇବା ‌ପାଇଁ ହୋଇଥିବା ଆବେଦନକୁ ନ୍ୟାନାଲ୍‌ ଗ୍ରିନ୍‌ ଟ୍ରିବୁନାଲ୍‌ ଖାରଜ କରିଦେଇଥିଲେ। ଏହା ପରେ କ୍ଲବ୍‌କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ପାଇଁ ଥିବା ନିୟମ ଉଲ୍ଲଂଘନ କରିଥିବାରୁ ଏହି କ୍ଲବକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦେଶ ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ଦ୍ୱାରା ଜାରି କରାଯାଇଛି।

 

Show More

Related Articles

Back to top button