Breaking PLUSଦେଶମୁଖ୍ୟ ଖବର

ବିଜେପି ସରକାର ଫେରିବା ନିଶ୍ଚିତ, ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ- ଅମିତ ଶାହ

ନୂଆଦିଲ୍ଲୀ, 18 ଫେବୃଆରୀ- ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାର୍ଟି କେନ୍ଦ୍ରରେ କ୍ଷମତାକୁ ପୁଣି ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ।
ଶାହ ବିଜେପି ରାଷ୍ଟ୍ରୀୟ ପରିଷଦର ଦୁଇ ଦିବସୀୟ ଅଧିବେଶନରେ ରବିବାର ପାର୍ଟିର ନେତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ଅଭିଯୋଗ ଆଣିଥିଲେ ଯେ, ତୁଷ୍ଟିକରଣ ରାଜନୀତି କାରଣରୁ କଂଗ୍ରେସ ନେତାମାନେ ରାମମନ୍ଦିର ପ୍ରାଣପ୍ରତିଷ୍ଠାରୁ ଦୂରେଇ ରହିଥିଲେ । ଶାହା କହିଛନ୍ତି ଯେ, ବିରୋଧୀ ଦଳର ଇଣ୍ଡିଆ ମିଳିତ ମେଣ୍ଟ ଯାହା ପରିବାରର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଏହି କାରଣରୁ ସେ ଆଜି ସବୁ କ୍ଷେତ୍ରରେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । ସେ କହିଛନ୍ତି ଯେ ମୋଦିଙ୍କ ଗତ 10 ବର୍ଷ ମଧ୍ୟରେ ଆଜି ଦେଶ ଏକ ବିକଶିତ ଭାରତର ସ୍ୱପ୍ନ ସହିତ ଆଗକୁ ବଢୁଛି। ଇଣ୍ଡି ମେଣ୍ଟ କ୍ଷମତା ହାସଲ କରିବାର କୌଣସି ସୁଦୂର ସମ୍ଭାବନା ନାହିଁ ।
ବିଜେପି ନେତା କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟିକୁ ବି ଘେରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଜଳ, ସ୍ଥଳ, ଆକାଶ ସବୁ ସ୍ଥାନରେ ଦୁର୍ନୀତି କରିଛି ଏବଂ ଆଜି ମେଣ୍ଟର ନେତୃତ୍ୱ ଏହି କଂଗ୍ରେସ ହାତରେ ଅଛି । କଂଗ୍ରେସ ଏତେ ଦୁର୍ନୀତି କରିଥିବା ବେଳେ ସାଥୀମାନେ କାହିଁକି ପଛରେ ରହିବେ । ଆମ ଆଦମୀ ପାର୍ଟି ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ ସହ ଆହୁରି କେତେ କଣ ଦୁର୍ନୀତି କରିଛନ୍ତି । ଏହି କାରଣରୁ ଆଜି ଆମ ଆଦମୀ ପାର୍ଟିର ସମସ୍ତେ କୋର୍ଟ ଓ ଏଜେନ୍ସି ଠାରୁ ଦୂରେଇ ରହୁଛନ୍ତି ।

Show More

Related Articles

Back to top button