Breaking PLUSଓଡ଼ିଶାମୁଖ୍ୟ ଖବର

ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର – ବିଜେପି

ଭୁବନେଶ୍ୱର, 5 ନଭେମ୍ବର-ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।

ଦଳୀୟ କାର୍ଯାଳୟ ଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ଦାୟୀତ୍ଵ ରାଜ୍ୟ ସରକାରଙ୍କର। କେବଳ ସୁପାରିଶ କରିବା କ୍ଷମତା ଗଜପତିଙ୍କର ରହିଛି । ୧୯୫୨ ମସିହାରେ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ। ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟୀତ୍ଵ ସମ୍ପୂର୍ଣ୍ଣ ସରକାରଙ୍କର। ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଏବଂ ଗଜପତି ଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି।

ସେ କହିଛନ୍ତି., ରାଜ୍ୟ ସରକାର ଯଥା ଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ ଖୁବ୍ ଶୀଘ୍ର ପୁଣି ହାଇକୋର୍ଟ ରେ ଅଦାଲତ ଅବମାନନା କେସ ଫାଇଲ କରିବ । ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲିବାକୁ ସେ ଦାବୀ କରିଛନ୍ତି ।

Show More

Related Articles

Back to top button