Breaking PLUSଓଡ଼ିଶାମୁଖ୍ୟ ଖବର

ଲୋପାମୁଦ୍ରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କଲା ବିଜେପି

ଭୁବନେଶ୍ୱର, 5 ନଭେମ୍ବର- ରେଞ୍ଜ ରୋଭର ଗାଡ଼ି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋପାମୁଦ୍ରାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦିଆଯାଉ ବୋଲି ଭାରତୀୟ ଜନତା ପାର୍ଟୀ ଦାବି କରିଛି ।

ବିଜେପି ପ୍ରବକ୍ତା ମନୋଜ ମହାପାତ୍ର ଏହି ଦାବି କରିବା ସହ କହିଛନ୍ତି, ସେହି ୫୦ ଲକ୍ଷ ଟଙ୍କା ବିଶାଳ ଦାସ ଓ ସରୋଜ ଭୋଇ ଙ୍କ ପାଖରୁ ରାଜ୍ୟ ସରକାର ଆଦାୟ କରନ୍ତୁ ବୋଲି । କେବଳ ଡ୍ରାଇଭର ଫସେଇ ଦେଲେ ହେବନି ସିସିଟିଭି ଫୁଟେଜ ଆଧାରରେ ଫୌଜଦାରୀ ମାମଲା ରୁଜ୍ଜୁ କରି ତୁରନ୍ତ ଏହି ଦୁଇ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରୁ ବୋଲି ସେ କହିଛନ୍ତି । ଯାଜପୁର ଜିଲ୍ଲା ବରି ଅଞ୍ଚଳର ଜଣେ ଗରିବ ପରିବାରର ବରା ବିକାଳୀ ଝିଅ ସହ ଏମିତି ଘଟଣା ଘଟିଲା କିନ୍ତୁ ଦୁଃଖର ବିଷୟ ସେହି ଜିଲ୍ଲାର ଦୁଇ ଜଣ ନାରୀ ନେତ୍ରୀ ତଥା ବାଚସ୍ପତି ଥିବା ପ୍ରମିଳା ମଲିକ ଓ ବିଧାୟିକା ସୁନନ୍ଦା ଦାସ ଟିକିଏ ସମବେଦନା ଜଣାଇଲେ ନାହିଁ । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

Show More

Related Articles

Back to top button