Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁବାଶିଷ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଉଭୟ। ୩ ସେଟ୍‍ ପ୍ରାର୍ଥୀପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ୨ସେଟ୍‍ ପ୍ରାର୍ଥୀ ପତ୍ର ଦାଖଲ କଲେ ଶୁବାଶିଷ। ବାରବାଟୀରୁ ପୁଣି ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ ଦେବାଶିଷ। ହେଲେ ଦଳ ତାଙ୍କୁ ଦିଲ୍ଲୀ ପଠାଉଥିବାରୁ ସେଥିରେ ଖୁସି ଅଛନ୍ତି ଏବଂ ଓଡ଼ିଶା ପାଇଁ ଦିଲ୍ଲୀରେ ସ୍ୱର ଉଠାଇବେ ବୋଲି କହିଛନ୍ତି ଦେବାଶିଷ। ସେପଟେ ଶୁବାଶିଷ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ୱାସ କରି ଗୁରୁଦାୟିତ୍ୱ ଦେଇଛନ୍ତି। ଆଗାମି ଦିନରେ ସେ ଦେଇଥିବା ଦାୟିତ୍ୱକୁ ନେଇ କେନ୍ଦ୍ରରେ ଓଡ଼ିଶାର ସ୍ୱର ଉତ୍ତୋଳନ କରିବେ।

Show More

Related Articles

Back to top button