Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଗଞ୍ଜାମ,ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟ ବିଜେଡିର ବାଜିମାତ୍

 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗଣତି ଜାରି ରହିଛି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗଣତି ଜାରି ରହିଛି । ଏହାରି ମଧ୍ୟରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପରିଷଦ  ପାଇଁ ବିଜେଡିକୁ ଆବଶ୍ୟକ ସଂଖ୍ୟାର ଭୋଟ୍ ମିଳିଯାଇଛି। ପ୍ରଥମ ପର୍ଯ୍ୟାୟ ଗଣତିର ଫଳାଫଳ ଅନୁସାରେ ବିଜେଡି ଅନ୍ୟ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଏବଂ ବିଜେପିଠୁ ଢେର୍ ଆଗରେ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଗ୍ରଣୀ ସହ ତିନି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ପାଇଁ  ବାଟ ସଫା ହୋଇସାରିଛି। ଆଜି ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ବି ଶାସକଦଳର ଦବ୍‌ଦବା ବଜାୟ ରହିଛି।

ଗଞ୍ଜାମ ଜିଲ୍ଲାରେ ପ୍ରଥମ ଦିନ ଗଣତିରେ ବିଜେଡି ୨୨ଟି ଜିଲ୍ଲା ପରିଷଦ ଜୋନ୍‌ରେ କ୍ଲିନ୍‌ସ୍ବିପ୍ କରିଛି। ଜିଲ୍ଲାର ୨୨ଟି ବ୍ଲକର ୫୦୩ ପଞ୍ଚାୟତ ତଥା ୬୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ ୭୦୯୯ ବୁଥ୍‌ରେ ମତଦାନ ହୋଇଥିଲା। ଦ୍ବିତୀୟ ଦିନ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ୨୦୧୨ରୁ ର‌ଙ୍ଗେଇଲୁଣ୍ଡା ବ୍ଲକର ୫୩ ନମ୍ବର ଜୋନ୍‌ ବିଜେପି ଦଖଲରେ ରହିଥିଲା। କିନ୍ତୁ ଏଥର ଏହି ଜୋନ୍‌ ବିଜେଡି ହାତକୁ ଚାଲିଯାଇଛି। ସେହିପରି ସାନଖେମୁଣ୍ଡି ବ୍ଲକର ୬୦ ନମ୍ବର ଜୋନ୍‌ ଓ ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନ୍‌ରେ ବିଜେଡି ଢେର ଆଗୁଆ ରହିଛି। ଏଣୁ ଏହି ଦୁଇଟି ଜୋନ୍‌ ମଧ୍ୟ ବିଜେଡି ଦଖଲ କରିବ ବୋଲି ଅନୁମାନ କରାଯାଉଛି।

କନ୍ଧମାଳ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୧୨ଟି ଜୋନ୍‌ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏଥିମଧ୍ୟରୁ ୯ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟିରେ କଂଗ୍ରେସ ଓ ଗୋଟିଏ‌ ଜୋନ୍‌ରେ ବିଜେପି ବାଜି ମାରିଛି। ୨୦୧୭ ନିର୍ବାଚନରେ ଜିଲ୍ଲାର ମୋଟ ୧୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୯ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି, ବିଜେପି ୪ଟି ଏବଂ ଗୋଟିଏ ଜୋନ୍‌ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

ଗଜପତି ଜିଲ୍ଲାର , ୧୪ଟି ଜୋନ୍‌ରୁ ୫ଟି ଜୋନ୍‌ରେ ବିଜେଡି ବିଜୟୀ ହୋଇ ସାରିଥିବା ବେଳ‌େ ଆଜି ଦ୍ବିତୀୟ ପର୍ଯ୍ୟାୟ ଗଣତି ଜାରି ଥାଇ ୫ଟି ଜୋନ୍‌ରେ ବିଜେଡି ଢେର୍‌ ଆଗୁଆ ରହିଛି। ଜିଲ୍ଲା ପରିଷଦ କ୍ଷମତା ଦଖଲ ପାଇଁ ୮ଟି ଜୋନ୍‌ ଦରକାର ପଡ଼ୁଥିବାବେଳେ ବିଜେଡିର ଜୋନ୍‌ ସଂଖ୍ୟା ୯ରେ ପହଞ୍ଚିଲାଣି। ପ୍ରଥମ ପର୍ଯ୍ୟାୟ ଗଣତି ସୁଦ୍ଧା, କଂଗ୍ରେସ ୩ଟି ଜୋନ୍ ହରାଇଥିବା ବେଳେ ବିଜେଡି ସେଠାରେ ବାଜିମାତ୍ କରିଛି।

Show More

Related Articles

Back to top button