Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୫ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ଆସନ୍ତାବର୍ଷ ଜାନୁଆରୀ ୫ ତାରିଖରୁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବନ୍ୟାପ୍ରାଣୀ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିଲିକାକୁ ୫ଟି ଜୋନ୍‌ରେ ବିଭକ୍ତ କରାଯିବ । ଏଥିରେ ପାଖାପାଖି ୨୦ ଟି ଟିମ୍ ନିୟୋଜିତ କରିବାକୁ ଯୋଜନା ହୋଇଥିବାବେଳେ

ଆସନ୍ତାବର୍ଷ ଜାନୁଆରୀ ୫ ତାରିଖରୁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବନ୍ୟାପ୍ରାଣୀ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିଲିକାକୁ ୫ଟି ଜୋନ୍‌ରେ ବିଭକ୍ତ କରାଯିବ । ଏଥିରେ ପାଖାପାଖି ୨୦ ଟି ଟିମ୍ ନିୟୋଜିତ କରିବାକୁ ଯୋଜନା ହୋଇଥିବାବେଳେ ପ୍ରତି ଟିମ୍‌ରେ ଜଣେ ସାଇଣ୍ଟିଷ୍ଟଙ୍କ ସମେତ ୪ରୁ ୫ କର୍ମଚାରୀ ନିୟୋଜିତ ହେବେ ଯାହାର ରୁପରେଖା ଚଳିତ ମାସ ୨୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ହେବ । ସ୍ପଳ୍ପ ସମୟ ମଧ୍ୟରେ କର୍ମଚାରୀଙ୍କୁ ଏନେଇ ତାଲିମ ପ୍ରଦାନ କରାଯିବ। ଏହା ପରେ ଧାର୍ଯ୍ୟ ହୋଇଥିବା ଜାନୁଆରୀ ମାସ ୫ ତାରିଖ ପ୍ରାତଃ ୬ଟାଠାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ । ଚିଲିକା ବନ୍ୟପ୍ରାଣୀ ବିଭାଗ ସହକାରୀ ଅଧିକାରୀ ସରତ କୁମାର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Show More

Related Articles

Back to top button