ଓଡ଼ିଶାମୁଖ୍ୟ ଖବର

ବିରଞ୍ଚି ନାରାୟଣ ସାହୁଙ୍କୁ ସର୍ତ୍ତମୂଳକ ଜାମିନ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତ ନିର୍ଦ୍ଧିଷ୍ଟ ସର୍ତ୍ତ ଧାର୍ଯ୍ୟ କରି ବିରଞ୍ଚିଙ୍କୁ ଜାମିନରେ ଛାଡିବେ । ଜାମିନରେ ଯିବା ପରେ ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରଞ୍ଚିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

 

Show More

Related Articles

Back to top button