ସ୍ୱାସ୍ଥ୍ୟ

ଚା ହେଉଛି ଚିନ୍ତାର କାରଣ : ପ୍ରତିଦିନ କ୍ଷୀର ଚା ପୀଇବା ଦ୍ୱାରା ଶରୀରର କି କ୍ଷତି ହୋଇଥାଏ ଜାଣନ୍ତୁ

ଚା ବିଭିନ୍ନ ପ୍ରକାରର ହୋଇଥାଏ , କିନ୍ତୁ ବିଶେଷ ଭାବରେ ଆମେ ସକାଳୁ ଉଠିଲେ କ୍ଷୀର ଚା କପେ ଖୋଜିଥାଉ l କିନ୍ତୁ ଏହି କ୍ଷୀର ଚା ବିଭିନ ପ୍ରକାରର ରହିଥାଏ , ଯେପରିକି ମସଲା ଚା ,ଅଦା ଚା ,ଇଲାଇଚି ଚା ଇତ୍ୟାଦି l

ପ୍ରତିଦିନ ଏହି କ୍ଷୀର ଚା ନିଶା ଖୁବ କ୍ଷତିକାରକ ଶରୀର ପକ୍ଷରେ ହୋଇଥାଏ l

* ଦୁଗ୍ଧ ଚା ପାଖାପାଖି କଳା ରଙ୍ଗର ଚା ପତିରେ ପ୍ରସ୍ତୁତ ହୋଇଥାଏ , ଏଥିରେ ପାଖାପାଖି ୪୭ ମିଲିଗ୍ରାମ କାଫିନ ରହିଥାଏ l ତେଣୁ କରି ଏହା ନିଦ୍ରା ହୀନତାର ସାମାନ୍ୟ କାରଣ ହୋଇପାରେ l ତେଣୁ ଶୋଇବା ପୂର୍ବରୁ କେବେବି ଚା ପୀଇବା ଉଚିତ ନୁହେଁ l

*ଚା ରେ ଖୁବ କମ କ୍ୟାଲୋରୀ ରହିଥାଏ , ତା ସହିତ ଏଥିରେ ଏପରି କିଛି ରସାୟନ ରହିଥାଏ ଯାହା ଶରୀର ପାଇଁ କ୍ଷତିକାରକ ଅଟେ l କମ କ୍ୟାଲୋରୀ ଯୁକ୍ତ ଚା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଟି ରିସର୍ଚ୍ଚ ଆସୋସିଏସନ ଇଣ୍ଡିଆ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଯେତେବେଳେ ଦୁଗ୍ଧ ଓ ଚା ମିଶି ଯାଇଥାଆନ୍ତି ତେବେ ଚା ରେ ଥିବା ପ୍ରୋଟିନ ଚା ର ଯୌଗିକ ସହିତ ମିଶିବା ଓଜନ ହ୍ରାସ ହୋଇଥାଏ l

* ପ୍ରତିଦିନ ଚା ପୀଇବା ଠିକ ନୁହେଁ l କାରଣ ଚା ଗୁଣ୍ଡରେ ଟାନିନ ରହିଥାଏ ,ଏହି ଯୌଗିକ ରେ ଅଧିକ ଅମ୍ଳ ରହିଥାଏ l ତେଣୁ ଦୁଗ୍ଧ ଚା ପିଇବା ଠିକ ନୁହେଁ l

* ଚା ପ୍ରତିଦିନ ପୀଇବାର ଅର୍ଥ ଚିନ୍ତାର ଲକ୍ଷଣ ଦେଖା ଦେବା l ହାବାର୍ଡ ମେଡିକାଲ ସ୍କୁଲ ଅନୁସାରେ ଚା ରେ ଥିବା କାଫିନ ଆପଣଙ୍କୁ ଚିଡିଚିଡା ସ୍ୱଭାବର କରିଦେଇଥାଏ l ଯାହା ଆପଣଙ୍କୁ ବବିଭିର୍ନ ରୋଗ କୁ ସାମ୍ନା କରାଇ ପାରେ l

* ଟାଇପ 2 ମଧୁମେହ କୁ ବଢାଇପାରେ ଚା l କାରଣ କାଫିନ ଓ ଦୁଗ୍ଧର ମିଶ୍ରଣ ସହିତ ମିଶିବା ଦ୍ୱାରା ଟାଇପ 2 ମଧୁମେହ ସମସ୍ୟା ଦେଖାଦେଇଥାଏ l

Show More

Related Articles

Back to top button