Breaking PLUSଦେଶ ବିଦେଶମୁଖ୍ୟ ଖବର

୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ବଦାନ୍ୟ ବ୍ୟକ୍ତି ଭାବରେ ସୁପରିଚିତ ବିଲ୍‍ ଗେଟ୍‍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏଥିସହିତ ସେମାନଙ୍କର ଘଟଣାବହୁଳ ୨୭ ବର୍ଷର ବୈବାହିକ ସଂପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ। ଉଭୟ ଏ ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି।

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ବଦାନ୍ୟ ବ୍ୟକ୍ତି ଭାବରେ ସୁପରିଚିତ ବିଲ୍‍ ଗେଟ୍‍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏଥିସହିତ ସେମାନଙ୍କର ଘଟଣାବହୁଳ ୨୭ ବର୍ଷର ବୈବାହିକ ସଂପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ। ଉଭୟ ଏ ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି। ତେବେ ଜନସେବା ପାଇଁ ସେମାନଙ୍କ ଦ୍ୱାରା ଗଠିତ ଫାଉଣ୍ଡେସନର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ବିଲ୍‍ ଓ ମେଲିଣ୍ଡା। ଗେଟ୍‍ସ ଦମ୍ପତି ସେମାନଙ୍କର ନିଷ୍ପତ୍ତି ସଂପର୍କିତ ଏକ ଲେଖା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ଥାନିତ କରିଛନ୍ତି। ଏଥିରେ ସେମାନେ କହିଛନ୍ତି ଯେ, ପରସ୍ପର ଠାରୁ ଅଲଗା ହେଉଥିଲେ ମଧ୍ୟ ତାହା ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଭାବିତ କରିବନାହିଁ। ସେମାନେ ମିଳିତ ଭାବରେ ବିଲ୍‍ ଓ ମେଲିଣ୍ଡା ଗେଟ୍‍ସ ଫାଉଣ୍ଡେସନରେ କାର୍ଯ୍ୟ କରିବେ। ଏହି ଫାଉଣ୍ଡେସନ ସାରା ବିଶ୍ୱରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗଗୁଡିକ କ୍ଷେତ୍ରରେ କାର୍ଯ୍ୟ କରୁଛି।

Show More

Related Articles

Back to top button