Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ୧୮ ଜିଲ୍ଳାକୁ ବର୍ଷା ସମ୍ଭାବନା

ସାରା ରାଜ୍ୟରେ ଖସିଛି ପାରଦ । ସୋମବାର ରାଜ୍ୟର ସବୁ ସହରରେ ପାରଦ ୪୦ ଡିଗ୍ରୀ ତଳେ ଥିଲା । ୩୯.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଆସନ୍ତା ୫ ଦିନ ଯାଏ ରାଜ୍ୟର ପାଣିପାଗ ଅପରିବର୍ତ୍ତିତ ରହିବ ।

ସାରା ରାଜ୍ୟରେ ଖସିଛି ପାରଦ । ସୋମବାର ରାଜ୍ୟର ସବୁ ସହରରେ ପାରଦ ୪୦ ଡିଗ୍ରୀ ତଳେ ଥିଲା । ୩୯.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଆସନ୍ତା ୫ ଦିନ ଯାଏ ରାଜ୍ୟର ପାଣିପାଗ ଅପରିବର୍ତ୍ତିତ ରହିବ । ସମୂଦ୍ର ପଟୁ ପବନ ବହିବା ଆରମ୍ଭ ହୋଇଥିବାବେଳେ ଏବେ ଦେଶର ବିଭିନ୍ନ ସ୍ଥାନରେ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହୋଇଥିବା ନଜରକୁ ଆସିଛି । ବର୍ତ୍ତମାନ ଉତ୍ତର ପ୍ରଦେଶରୁ ବିହାର ଦେଇ ଆସାମ ତଥା ହିମାଳୟର କିଛି ସ୍ଥାନର ଉପର ଭାଗରେ ଘୁର୍ଣ୍ଣିଝଡ଼ ଦାନା ବାନ୍ଧୁଛି । ଫଳରେ ଆସନ୍ତା କିଛି ଦିନ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋମବାର ସନ୍ଧ୍ୟାରୁ ରାଜ୍ୟର ୧୦ ଜିଲ୍ଲାକୁ ଘୁର୍ଣ୍ଣିଝଡ଼ ସହ ବର୍ଷା ସମ୍ଭାବନା ଥିବାବେଳେ ମଙ୍ଗଳବାର ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମୁଖ୍ୟତଃ ଗଜପତି, ଗଞ୍ଜାମ ଓ କୋରାପୁଟର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ପରି ବହୁ ଉପୂକଳ ତଥା ତତ୍‌ସଂଲଗ୍ନ ଜିଲ୍ଲାକୁ ବର୍ଷା ସହ ଝଡ଼ ତୋଫାନ ହେବା ନେଇ ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ସ୍ଥାନରେ ୬୦୧.୩ ମିମି ବର୍ଷା ରେକର୍ଡ କରାଯାଇଛି ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close